ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ- ଜିଲ୍ଲାରେ ୫ ଜଣ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନୂତନ ଭାବେ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ନିମାପଡା ବ୍ଲକରେ ଶ୍ରୀ ଆଦିତ୍ୟ ନାରାୟଣ ରଥ, ପୁରୀ ସଦରରେ ଶ୍ରୀ ଜନ୍ମଜେୟ ଦାଶ, କଣାସରେ ଶ୍ରୀ ମନୋଜ କୁମାର ସାହୁ, ବ୍ରହ୍ମଗିରିରେ ସୁଶ୍ରୀ ମୋନିକା ଦାଶ, କୃଷ୍ଣପ୍ରସାଦରେ ସୁଶ୍ରୀ ଶୁଭଲକ୍ଷୀ ପାତ୍ର କାର୍ଯ୍ୟରେ ଯୋଗ ଦେଇଛନ୍ତି । ପ୍ରତିଯୋଗିତା ମୂଳକ ପରୀକ୍ଷା ମାଧ୍ୟମରେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ପକ୍ଷରୁ ସେମାନଙ୍କୁ ଚୟନ କରାଯାଇଥିଲା । ସେମାନେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନିମନ୍ତେ କାର୍ଯ୍ୟ କରିବେ । ନବ ନିଯୁକ୍ତ ଅଧିକାରୀ ମାନେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅଶୋକ କୁମାର ନାୟକ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନଙ୍କୁ ସାକ୍ଷାତ କରି ବିଭିନ୍ନ କାର୍ଯ୍ୟଧାରା ସଂପର୍କରେ ପଚାରି ବୁଝିଥିଲେ ।


Share: