୫ ବର୍ଷ ହେଲା ସର୍ବେଶ୍ୱରଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା

Share:

ଓଡିଶା ବ୍ୟୁରୋ

ଭୁବନେଶ୍ୱର :ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଶ୍ରଦ୍ଧାପୁର ପଞ୍ଚାୟତ ଅନ୍ତର୍ଗତ ପଳାସିଆ ଗ୍ରାମର ସର୍ବେଶ୍ଵର ଜେନା। ବର୍ତ୍ତମାନ ବୟସ ତାଙ୍କର ୬୫।

ଶ୍ରୀ ଜେନା ଜଣେ ସାଧାରଣ ଚାଷୀ। ଯାହା କିଛି ରୋଜଗାର କରନ୍ତି ସେଥିରେ ପରିବାର ଓ ଔଷଧ ପତ୍ର ରେ ଖର୍ଚ୍ଚ ହୋଇଯାଏ। ବୟସ ବଢିବାରୁ ସେ ଆଉ ଖଟି ପାରୁନାହାନ୍ତି। ଆଖିକୁ ଭଲ ଭାବରେ ଦେଖାଯାଇନାହିଁ। ଭତ୍ତା ପାଇଁ ସେ ବାରମ୍ୱାର ସରପଞ୍ଚ ଓ ବିଡ଼ିଓଙ୍କୁ ଆବେଦନ କରି ବିଫଳ ହେବା ପରେ ସେ ୨୦୧୯ ମସିହା ଡ଼ିସେମ୍ବର ମାସ ୨୩ ତାରିଖରେ ଭୋଗରାଇ ବ୍ଲକ ରେ ହୋଇଥିବା ‘ଜନଶୁଣାଣୀ ରେ ଜିଲ୍ଲାପାଳଙ୍କୁ ଏ ବାବଦରେ ଜଣାଇ ଥିଲେ। ଜିଲ୍ଲାପାଳ ବିଡ଼ିଓଙ୍କୁ ତୁରନ୍ତ ଭତ୍ତା ମଞ୍ଜୁର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଦେବାର ୩ ବର୍ଷ ରୁ ଅଧିକ ଦିନ ହୋଇଥିଲେ ମଧ୍ୟ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଭତ୍ତା ପାଇବରୁ ବଞ୍ଚିତ। ଏହି ଭତ୍ତା ପାଇବା ପାଇଁ ସେ ଜିଲ୍ଲାପାଳଙ୍କୁ ୪-୫ ଥର ଭେଟି ନିଜର ଗୁହାରି ଜଣାଇଛନ୍ତି।କିନ୍ତୁ ତାଙ୍କୁ ମିଳୁଛି କେବଳ ମିଥ୍ୟା ପ୍ରତିଶୃତି ବୋଲି ଅଭିଯୋଗ କରିଛନ୍ତି ସର୍ବେଶ୍ଵର। ସବୁଆଡୁ ନିରାଶହୋଇଛନ୍ତି


Share: