ଭୁବନେଶ୍ୱର ରେ ପହଞ୍ଚିଲେ ଭାରତୀୟ ହକି ଟିମ

Share:

ଓଡିଶା ବ୍ୟୁରୋ

ଭୁବନେଶ୍ୱର : ହକି ବିଶ୍ୱକପ୍ ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିଛି ଭାରତୀୟ ହକି ଟିମ୍। ଭାରତୀୟ ହକି ଦଳର ଖେଳାଳି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ହର୍ମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଭୁବନେଶ୍ୱରରୁ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ସଂଧ୍ୟା ସୁଦ୍ଧା ରାଉରକେଲାରେ ପହଞ୍ଚିବେ । ଆସନ୍ତାକାଲିଠାରୁ ଭାରତୀୟ ଖେଳାଳି ନିୟମିତ ଭାବେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅଭ୍ୟାସ କରିବେ। ଜାନୁଆରୀ ପ୍ରଥମ ସପ୍ତାହରୁ ବିଦେଶୀ ଦଳ ଗୁଡ଼ିକ ଭୁବନେଶ୍ୱର ଓ ରାଉକେଲାରେ ପହଞ୍ଚିବେ। ବିର୍ସା ମୁଣ୍ଡା ଷ୍ଟାଡିୟମରେ ନବ ନିର୍ମିତ ହୋଟେଲରେ ଭାରତୀୟ ଖେଳାଳିଙ୍କ ରହିବାର ବ୍ୟବସ୍ଥା ହୋଇଛି।


Share: