ଆଉ ନାହାନ୍ତି ଶ୍ରମିକ ନେତା ମଧୁସୂଦନ ପତି ଆଜିବି ମନେପଡେ ସ୍ମୃତି ବିଜଡ଼ିତ ଅତୀତ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋ ଚିଫ

ଭୁବନେଶ୍ୱର /କଟକ: କଟକ ସଦର ୪୨ ମୌଜା ବେଣ୍ଟକାର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଂଚ, ବିଶିଷ୍ଟ ସମାଜସେବୀ ମଧୁସୂଦନ ପତିଙ୍କ ୭୨ ବର୍ଷ ବୟସରେ ଆକସ୍ମିକ ଦେହାନ୍ତରେ ସମଗ୍ର ୪୨ମୌଜା ତଥା କଟକ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ସ୍ବର୍ଗତ ଅମର ଆତ୍ମାର ସଦଗତି କାମନା କରି ୪୨ମୌଜା ତଥା କଟକ ଜିଲ୍ଲାର ବହୁ ସାମାଜିକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ତାଙ୍କ ମର ଶରୀରରେ ପୁଷ୍ପ ଗୁଚ୍ଛ ପ୍ରଦାନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୪୨ ମୌଜା ଶାନ୍ତି କମିଟିର ସଭାପତି ଶରତ ଚନ୍ଦ୍ର ରାୟ, ପୂର୍ବତନ ସଭାପତି ପଣ୍ଡିତ ଯୁଧିଷ୍ଠିର ପତି, ସମ୍ପାଦକ ପ୍ରଫୁଲ୍ଲ କୁମାର ମହାପାତ୍ର, ଶ୍ୟାମ ସୁନ୍ଦର ପରିଡ଼ା, ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ସଭାପତି ଇ° ଅଶୋକ କୁମାର ବିଶ୍ଵାଳ, ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ସାଂସ୍କୃତିକ ସମ୍ପାଦକ ରୁଦ୍ର ନାରାୟଣ ଦାସ, ଭାସ୍କର ଦାସ, ୪୨ ମୌଜା ବିକାଶ ପରିଷଦ ସଭାପତି ଆଡ଼ଭୋକେଟ କେଶବ ଚନ୍ଦ୍ର କର, ସମ୍ପାଦକ ସନ୍ତୋଷ କୁମାର ପତି, ଉପଦେଷ୍ଟା ସ୍ଵାଧୀନ ଶେଖର ଷଡ଼ଙ୍ଗୀ, କୋଷାଧ୍ୟକ୍ଷ ଭଜକୃଷ୍ଣ ଲେଙ୍କା, ଧୀରେନ୍ଦ୍ର ବେହେରା, ଜୟକୃଷ୍ଣ ପତି, ନାରାୟଣ ଭୋଇ, ବେଣ୍ଟକାର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ବିନୋଦ ବେହେରା, ଅନ୍ତରାଷ୍ଟ୍ରୀୟ ମାନବାଧିକାର ଆସୋସିଏସନ୍ ରାଜ୍ୟ ସଭାପତି ଇ° ପ୍ରଦୀପ କୁମାର ବେହେରା, ୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା, ସିପିଆଇଏମ୍ ରାଜ୍ୟ ସମ୍ପାଦକ ଜନାର୍ଦ୍ଦନ ପତି, ଇ° ମନମୋହନ ପତି, ରାଘବ ଚନ୍ଦ୍ର ଦାଶ, ରାମଚନ୍ଦ୍ର ଦାଶ, କେନ୍ଦ୍ରାପଡ଼ା ପୂର୍ବତନ ବିଧାୟିକା ଶିପ୍ରା ମଲ୍ଲିକ, ଡାକ୍ତର ଜଗଦାନନ୍ଦ ଦାସ, ସଦର ବ୍ଲକ୍ ଚେୟାରମ୍ୟାନ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ ବିଦ୍ୟାଧର ପାତ୍ର, ପୂର୍ବତନ ସରପଂଚ ରାମଚନ୍ଦ୍ର ଗୋଛୟତ, ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ବିଭୂତି ଭୂଷଣ ପରିଡ଼ା, ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଅଜୟ ଦଳାଇ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବୀରବର ଲେଙ୍କା, ଶ୍ରମିକ ନେତା ପ୍ରଭାତ କୁମାର ଦେବତା, ସାମ୍ବାଦିକ ଚନ୍ଦ୍ରକାନ୍ତ ପଣ୍ଡା, ବନ୍ତୁଣିଆ ଗ୍ରାମ୍ୟ କମିଟି ମହନ୍ତ ହୃଦାନନ୍ଦ ବିଶ୍ଵାଳ, ପୂର୍ବତନ ସରପଂଚ ସର୍ବେଶ୍ଵର ପ୍ରଧାନ, ସମାଜସେବୀ ଦୀପକ୍ ଆଚାର୍ଯ୍ୟ, ପର୍ଶୁରାମ ବେହେରା, କିଶୋର ବାରିକ, ସାମ୍ବାଦିକ ଆଲୋକ ନାୟକ, ବିଜେପି ମଣ୍ଡଳ ସଭାପତି ପୀୟୂଷ ରଞ୍ଜନ ପରିଡ଼ା, ଉଦୟ ସାସମଲ, ଇ° ସାଧୁ ଚରଣ ପତି, ବଟକୃଷ୍ଣ ପତି, ଗିରିଶ ଚନ୍ଦ୍ର ମହାନ୍ତି, ସନାତନ ବେହେରା, ଦିଲିପ୍ କୁମାର ପତି, ମିହିର କୁମାର ପତି, ଦୀପକ୍ କୁମାର ପତି, ପ୍ରଶାନ୍ତ କୁମାର ଆଚାର୍ଯ୍ୟ, ବିଷ୍ଠ୍ନୁ ଚରଣ ପତି, ପ୍ରଶାନ୍ତ କୁମାର ଦାସ, ବୈଷ୍ଟମ୍ବ ଚରଣ ପତି, ସୁଭାଶିଷ ପତି, ବିମଳ କୁମାର ପତି, ଶିଶିର କୁମାର ଭୋଇ, ସୁର ଭୋଇ, କାଳନ୍ଦୀ ଭୋଇ, ଅଶୋକ କୁମାର ମହାନ୍ତି, ଅସୀମ କୁମାର ଦାସ, ଶରତ ବେହେରା ଓ ନିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Share: