ତନ୍ତିଆପାଳ ସେତୁ ଉଦଘାଟନ

Share:

ନିତ୍ୟ ସୁନ୍ଦର ଜେନା

ମହାକାଳପଡା :କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ଠାରେ, ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ସମବାୟ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଆଜି ଏକ ପୋଲ ଉଦଘାଟନ କରିଅଛନ୍ତି,ତା ସହିତ ଭାଟେଣୀ ଓ ସୁନିତୀ ଠାରେ ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି , ଏବଂ ବେଣାକନ୍ଦାର ଏକ ମିଶନ ଶକ୍ତି ଗୃହର ମଧ୍ୟ ଶୁଭ ଉଦଘାଟନ କରିଛନ୍ତି,ଜମ୍ବୁ ଠାରୁ ମନ୍ତ୍ରୀଙ୍କୁ ଏକ ବିରାଟ ଶୋଭାଯାତ୍ରା ରେ କର୍ମୀ ମାନେ ପାଛୋଟି ଆଣିଥିଲେ ,ଜଗତଯୋର ଠାରେ ମାଁ କାଳୀଙ୍କୁ ଦର୍ଶନ କରି ଆଶ୍ରିବାଦ ନେଇ ତନ୍ତିଆପାଳ ଅଭିମୁଖେ ଯାତ୍ରା କରିଥିଲେ . ତନ୍ତିଆପାଳ ଠାରେ ନବ ନିର୍ମିତ ପୋଲ ଉପରେ ଉତ୍ସବର ଆୟୋଜନ ହୋଇଥିଲା. ମହାକାଳପଡା

ବ୍ଲକର ଚେୟାର ମ୍ୟାନ,ଭାଇସ ଚେୟାର ମ୍ୟାନ ତଥା ଏହି ଅଞ୍ଚଳର ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ସରପଞ୍ଚ ଓ ସମିତି ସଭ୍ୟ ମାନେ ଯୋଗ ଦେଇଥିଲେ ତା ସହିତ ଅଞ୍ଚଳ ର ଵହୁ ମାନ୍ୟଗନ୍ୟ ବ୍ୟକ୍ତି ଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା କାରଣ ତନ୍ତିଆପାଳ ପୋଲ ପାଇଁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ ତାହା ଆଜି ସାକାର ହୋଇଅଛି.ଏହି କାର୍ଯ୍ୟ କ୍ରମରେ ମାଁ ମାନଙ୍କ ସଂଖ୍ୟା ବହୁତ ଅଧିକ ଥିବାର ଦେଖିବାକୁ ମିଳିଥିଲା, ଏବଂ ବାଟ ସାରା ବନ୍ଦାପନା କରାଯାଇଥିଲା ସମୁଦ୍ର ପାଖ ଏରିଆ ହୋଇଥିବାରୁ ଲୋକମାନେ ଲୁଣିପାଣି ହିଁ ପାଉଥିଲେ, କିନ୍ତୁ ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଅଧିକ ଗଭୀର ରୁ ଭଲ ପାଣି ପାଇ ପାରିଛନ୍ତି ତେଣୁ ଲୋକ ମାନଙ୍କ ମଧ୍ୟରେ ଖୁସିର ଆଭାସ ଦେଖିବାକୁ ମିଳିଥିଲା।


Share: