ଓଡିଶା ଭାରୋତ୍ତୋଳନ ପାରଦର୍ଶିତା କେନ୍ଦ୍ର ନିମନ୍ତେ ପ୍ରତିଭା ଅନ୍ବେଷଣ ଶିବିର ଅନୁଷ୍ଠିତ

Share:

ସମୀର ରଞ୍ଜନ ନାୟକ

ପୁରୀ: ଭାରୋତ୍ତୋଳନ ନିମନ୍ତେ ପ୍ରତିଭା ଅନ୍ବେଷଣ ଦୁଇ ଦିନିଆ ଶିବିର ଅନୁଷ୍ଠିତ ହୋଇଛି । ସମୁଦ୍ରକୂଳ ନିକଟସ୍ଥ ଓଡିଶା ଜାତୀୟ ବ୍ୟାୟାମ କ୍ରୀଡା ପରିଷଦ ଠାରେ ଏହି ଶିବିର ଆରମ୍ଭ ହୋଇଛି । ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ଏହି ପ୍ରତିଭା ଅନ୍ବେଷଣ ଶିବିର ଆୟୋଜନ କରାଯାଇଛି । ଯାଗା ଆଖଡାରେ ମଲ୍ଲ ଓ କୁସ୍ତି ପ୍ରଶିକ୍ଷଣ କ୍ଷେତ୍ରରେ ପୁରୀର ସ୍ବତନ୍ତ୍ର ପରିଚୟ ରହିଛି । ପୁରୀ ଜିଲ୍ଲାର ୧୩ ରୁ ୧୮ ବର୍ଷ ବୟସ ମଧ୍ୟରେ ଉଭୟ ପୁଅ ଓ ଝିଅ ମାନେ ଭାଗ ନେଉଛନ୍ତି । ଉକ୍ତ ଶିବିରରୁ ମନୋନୀତ ହେଲେ ସେମାନଙ୍କୁ ଭୁବନେଶ୍ବରସ୍ଥିତ ହାଇପରଫରମାନ୍ସ ସେଣ୍ଟରରେ ତାଲିମ ଦିଆଯିବ । ଆଜି ଉଭୟ ବର୍ଗର ୭୮ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି ।


Share: