ଜିଲ୍ଲାପାଳଙ୍କ କଲ୍ୟାଣ ସିଂପୁର ବ୍ଲକ ଗସ୍ଥ

Share:

“୫ଟି ବିଦ୍ୟାଳୟର ରୂପାନ୍ତରିଣ ନିମନ୍ତେ ଭିତ୍ତିଭୂମି ଅନୁଧ୍ୟାନ, ପୂଜାରୀଗୁଡା ରାଜସ୍ବ ସର୍କଲ ଓ କଲ୍ୟାଣ ସିଂ ପୁର ତହସିଲ କାର୍ଯ୍ୟାଳୟ ପରିଦର୍ଶନ,୫୫ଜଣକୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ

ରାୟଗଡା ରୁ ଅମୁଲ୍ୟ ନିଶାଙ୍କ ରିପୋର୍ଟ

ରାୟଗଡା- ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର କଲ୍ୟାଣ ସିଙ୍ଗପୁର ବ୍ଳକ ଗସ୍ଥ କରିଛନ୍ତି l ଏହି ପରିଦର୍ଶନ ସମୟରେ ଜିଲ୍ଲାର ଆହୁରି ୮୦ଟି ବିଦ୍ୟାଳୟ ଗୁଡିକର ରୂପାନ୍ତରିଣ କlର୍ଯ୍ୟ ହାତକୁ ନିଆଯିବ l ସେହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ଶ୍ରୀ ମିଶ୍ର କଲ୍ୟାଣ ବ୍ଲକର ମlଝିଗୁଡା ଉଚ୍ଚବିଦ୍ୟଳୟ,କଲ୍ୟାଣ ସିଙ୍ଗପୁର ଉଚ୍ଚ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ନାରାୟଣପୁର ଉଚ୍ଚବିଦ୍ୟଳୟ ଓ ସୁଲିପଦର ଉଚ୍ଚବିଦ୍ୟଳୟ ପରିଦର୍ଶନ କରି ସେଠାକାର ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ l ବିଦ୍ୟାଳୟର ଭିତ୍ତିଭୂମି ଉନ୍ନତମାନର କରିବା ନିମନ୍ତେ ଵିଶେଷକରି ସ୍ମାର୍ଟ ଶ୍ରେଣୀଗୃହ,ବିଜ୍ଞାନ ଗାଁର, ପାଠାଗାର, ଖେଳପଡ଼ିଆ ଆଦି ବ୍ୟବସ୍ଥା କରାଯିବ l ଏହି ସମୟରେ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ l ଏହା ବ୍ୟତୀତ କସ୍ତୁରବl ଗାନ୍ଧୀ ବାଳିକା ବିଦ୍ୟାଳୟ ପରିଦର୍ଶନ କରି ବିଭିନ୍ନ ସମସ୍ୟା ବିଷୟରେ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରିଥିଲେ lଏହି ଗସ୍ତ ସମୟରେ କଲ୍ୟାଣ ସିଂପୁର ବ୍ଲକ ଅନ୍ତର୍ଗତ ପୁଝ।ରିଗୁଡା ରାଜସ୍ବ ସର୍କଲ ଓ କଲ୍ୟାଣସିଂପୁର ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ଓ ୫୫ଜଣ ହିତାଧିକାରୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିଲେ l ଜିଲ୍ଲାପାଳ ପରିଦର୍ଶନ ବେଳେ ତହସିଲଦାର ଶ୍ରୀ ଦେବାଶିଷ କର, ବିଡ଼ିଓ ସୁଧାକର ରଇତ, ଅତିରକ୍ତ ବିଡ଼ିଓ ବଳରାମ ପାତ୍ର, ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l


Share: