କୋଳି ଦାସପୁର ହାଇସ୍କୁଲରେ ‘ସମାଜ ‘ତରଫରୁ ଗୋପବନ୍ଧୁଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚନ ।

Share:

ଓଡିଶା ବ୍ୟୁରୋଚିଫ

ଗଞ୍ଜାମ :ଲୋକସେବକ ମଣ୍ଡଳଓ ସମାଜ,ବ୍ରହ୍ମପୁର ଆନୁକୂଲ୍ୟରେ ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ କୋଳିଦାସ ପୁର ଉଚ୍ଚ ବିଦ୍ୟାଳୟ ପରିସରରେ ପୂଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆବକ୍ଷ ପ୍ରତି ମୂର୍ତ୍ତି ଉନ୍ମୋଚନ ଉତ୍ସବ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ସ୍ଥାନୀୟ ସରପଞ୍ଚ ମାମି ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ।ମୁଖ୍ୟ ବକ୍ତା ଭାବରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ସେବା ନିବୃତ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ଯୋଗଦେଇ ଗୋପବନ୍ଧୁଙ୍କ ର ତ୍ଯାଗପୂତ ଜୀବନ, ଦଳିତ, ନିଷ୍ପେଶିତ ଜନ ସାଧାରଣଙ୍କୁ ସେବା କରିବାରେ ଭୂମିକା, ସର୍ବୋପରି ଓଡିଶା ଓ ଓଡିଆ ଭାଷା ପ୍ରତି ତାଙ୍କର ପ୍ରତିବଦ୍ଧତା ଉପରେ ବକ୍ତବ୍ଯ ରଖି ଛାତ୍ର ଛାତ୍ରୀ ମାନେ ଗୋପବନ୍ଧୁଦାସଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ନିଜର ଜୀବନ ନିର୍ବାହ କରିବା ପାଇଁ ପରାମର୍ଶ ଦେଇଥିଲେ ।ସମ୍ମାନିତ ଅତିଥି ତଥା ପ୍ରତି ମୂର୍ତ୍ତି ସ୍ଥାପନ ର ମୁଖ୍ୟ ଉଦ୍ଯୋକ୍ତା ଲୋକସେବକ ମଣ୍ଡଳର ଆଜୀବନ ସଭ୍ଯ ରାଜେନ୍ଦ୍ର କୁମାର ଜେନା ଯୋଗଦେଇ ଗୋପବନ୍ଧୁ ଦାସ ଓ ଲାଲା ରାଜପୁତ ରାୟଙ୍କ ସହ ସଂପର୍କର ଇତିହାସ ବର୍ଣ୍ଣନା କରି ‘ସମାଜ ‘ଅନୁଷ୍ଠାନ କିପରି ଲୋକସେବକ ମଣ୍ଡଳର ମାଲିକାନା ରେ ପରିଚାଳିତ ହେଉଛି,ସମାଜ ତରଫରୁ ବିଭିନ୍ନ ଜନ ହିତକାରୀ କାର୍ଯ୍ୟକ୍ରମ ମାନ ଗ୍ରହଣ କରା ଯାଉଛି ତାହାର ବିବରଣୀ ଦେଇ ପିଲାମାନେ ଏବେ ଠାରୂ ପିତାମାତା ଙ୍କ ପ୍ରତି ଅବହେଳା ନ କରି ଭକ୍ତି ଭାବ ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ ।ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ମୂରଲୀ ଧର ସ୍ବାଇଁଙ୍କ ସଂଯୋଜନାରେ ପରିଚାଳିତ ଓ ପି.ସତ୍ୟନାରାୟଣ ପାତ୍ରଙ୍କ ପୃଷ୍ଠପୋଷକତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅନ୍ଯମାନଙ୍କ ମଧ୍ୟରେ ବ୍ଳକ ଉପାଧ୍ୟକ୍ଷା ଙ୍କ ପ୍ରତିନିଧି ଲିଙ୍ଗରାଜ ଡାକୁଆ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୀପ ଦଳାଇ, ଅଶୋକ ସାମନ୍ତ,ଶିକ୍ଷକ ନିରଞ୍ଜନ ସ୍ବାଇଁ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରି ଯୋଗଦେଇ ସହଯୋଗ କରିଥିଲେ ।ଶେଷରେ ସୀମାଞ୍ଚଳ ପରମଗୁରୁ ମହାପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ ।


Share: