ବୋଲସର ର ଶତାଧିକ ବିଜେପି କର୍ମୀ ବିଜେଡି ରେ ଯୋଗଦେଲେ

Share:

ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ

କବିସୂର୍ଯ୍ୟ ନଗର ବ୍ଲକ ଅନ୍ତର୍ଗତ ବୋଲସର ଗ୍ରାମପଞ୍ଚାୟତ ର ଶତାଧିକ ବିଜେପି କର୍ମୀ ଆଜି ବିଜେଡି ରେ ଯୋଗଦାନ କରିଛନ୍ତି। ଆସ୍କା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ ଓ ଦକ୍ଷିଣ ଓଡ଼ିଶା ଯୋନ ସଭାପତି ନଚିକେତା ସ୍ବାଇଁ ଙ୍କ ଉପସ୍ଥିତ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବୋଲସର ଗ୍ରାମର ଶହେ ରୁ ଉର୍ଦ୍ଧ୍ବ ପରିବାର ଓ ପଞ୍ଚାୟତ ର ନାୟବ ସରପଞ୍ଚ ଶଙ୍କର ମହାରଣା,ମହିଳା ବିଜେପି ଯୁବନେତ୍ରୀ ମମତା ବେହେରା, ଓଡିଆ କୁଳ ସମାଜ ସଭାପତି କୃଷ୍ଣ ମୋହନ ଦଳାଇ ଙ୍କ ସମତେ ଅନେକ ବିଜେପି ନେତା ଓ କର୍ମୀ ଆଜି ଆସ୍କା ବିଜୁଜନତା ଦଳ କାର୍ଯ୍ୟଳୟ ଠାରେ ବିଜେଡି ରେ ଯୋଗଦାନ କରିଥିଲେ ଆଜିର ଏହି କାର୍ଯ୍ୟକ୍ରମ ରେ ।

ବୋଲସର ଗ୍ରାମପଞ୍ଚାୟତ ର ଯୁବନେତା ଓ କବିସୂର୍ଯ୍ୟ ନଗର ବ୍ଲକ ଛାତ୍ର ବିଜେଡ଼ି ସଭାପତି ନିଳାଞ୍ଚଳ ମଣ୍ଡଳ,କବିସୂର୍ଯ୍ୟ ନଗର ବ୍ଲକ ଯୁବ ବିଜେଡି ସମ୍ପାଦକ ମନୋଜ କୁମାର ଆପଟ,ପଂଚାୟତ ର ପୂର୍ବତନ ସମିତି ସଭ୍ୟ ବିପିନ ବିହାରୀ ଦଳେଇ, ପଞ୍ଚାୟତ ସମିତି ସଭ୍ୟ ବଳରାମ ପରିଡା ,ରଞ୍ଜନ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ। ଆଘକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଥିବାବେଳେ ଏହିପରି ଶତାଧିକ ବିଜେପି କର୍ମୀ ବିଜେଡି ରେ ଯୋଗ ଦେଇଥିବା ରୁ ସ୍ଥାନୀୟ ବିଜେପି କୁ ଶକ୍ତ ଝଟକା ଲାଗିଥିବା ଅଂଚଳରେ ଚର୍ଚ୍ଚାହେଉଛି ।


Share: