ଦେଢ଼ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କା ର ବିଦେଶୀ ଚୋରମଦ ଜବତ, ଜଣେ ଗିରଫ

Share:

ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ କେନ୍ଦୁପଦର ନିକଟ ଏକ ବନ୍ଦ କୋଠରୀରୁ ବିପୁଳ ପରିମାଣର ବିଦେଶୀ ଚୋରା ମଦ ଜବତ ହୋଇଛି ।

ଅବକାରୀ କମିଶନର ଆଶିଷ ସିଂ ଙ୍କ ନିର୍ଦେଶ କ୍ରମେ ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କୁୱାର୍ଡ ର ଏକ ଟିମ ଅଚାନକ କେନ୍ଦୁପଦର ସ୍ଥିତ ଏକ ବନ୍ଦ ଘରେ ଚଢ଼ାଉ କରିଥିଲା । ରାଜ୍ୟ ଫ୍ଲାଇଙ୍ଗ ସ୍କୁୱାର୍ଡ଼ ର ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ 16 ଜଣିଆ ଟିମ ଘଟଣା ସ୍ଥଳରେ ପହଂଚି ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ଦେଢ଼ଲକ୍ଷ ଟଙ୍କା ହେବା ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଥିବା ବେଳେ ଗିରଫ ଯୁବକ ଙ୍କୁ ଡାକ୍ତର ମଇନା ପରେ କୋର୍ଟ ଚାଲାଣ କରାଯଇଛି । ଏହି ଚଢ଼ାଉରେ ଅବକାରୀ ବିଭାଗ ସହିତ ଗାଙ୍ଗପୁର ଥାନା ପୋଲିସ ଉପସ୍ଥିତିରେ ଚଢ଼ାଉ ହୋଇଥିବା ଜଣାପଡିଛି ।


Share: