ରାମକଣୀ ପ୍ରାଥମିକ ବିଦ୍ୟାଳୟରୁ ଚୋରି .

Share:

ଯଜ୍ଞେଶ୍ଵର ଦାସ ଓ ନିତ୍ୟ ସୁନ୍ଦର ଜେନା

କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ଗଜେଶ୍ଵର କ୍ଲଷ୍ଟର ରାମକଣୀ ପ୍ରାଥମିକ ବିଦ୍ୟାଳୟରୁ ବାରମ୍ବାର ଚୋରି ହେଉଅଛି, କିଛି ଦିନ ତଳେ ଉକ୍ତ ସ୍କୁଲରୁ ଏକ ଛୋଟ ପାଣି ମଟର ସ୍କୁଲ କବାଟ ତାଡି ଚୋରି ହୋଇଥିଲା. ତାହା ମଧ୍ୟ ପରିଚାଳନା କମିଟ୍ ମାଧ୍ୟମରେ ଓ ବି.ଇ.ଓ ‌ଙ୍କ ପରାମର୍ଶକ୍ରମେ ମହାକାଳପଡା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା, କିନ୍ତୁ ଏ‌ହାର କୈାଣସି ସନ୍ଦାନ ମିଳିଲା ନାହିଁ କି ଚୋର ଧରା ପଡିଲେ ନାହିଁ, କିଛି ଦିନ ପରେ ୦୧/୦୩/୨୦୨୩ ରିଖ ଦିନ ରାତ୍ରିରେ ମଧ୍ୟାହ୍ନ ଭୋଜନ ହେଉଥିବା ଗ୍ୟାସ୍ ଭରା ଟାଙ୍କି ଟିକୁ କେହି ଅସାମାଜିକ ବ୍ୟକ୍ତି କବାଟ ତାଡି ଚୋରି କରି ନେଇଯାଇଛି, ଏ ନେଇ ବି.ଇ.ଓ. ଙ୍କ ପରାମର୍ଶ କ୍ରମେ ପରିଚାଳନା କମିଟି ମାଧ୍ୟମରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଫଳା କୁମାରୀ ଜେନା ମହାକାଳପଡା ଥାନାରେ ଲିଖିତ ଅଭିଯୋଗ କରିଅଛନ୍ତି, ଆଜି ତା ୦୪/୦୩/୨୦୨୩ ରିଖ ଶନିବାର ଦିନ ମଧ୍ୟାହ୍ନ ରେ ମହାକାଳପଡା ଥାନାର କର୍ମଚାରୀ ସ୍କୁଲ ପରିସରକୁ ଆସି ତଦନ୍ତ ପ୍ରକିୟା ଆରମ୍ଭ କରିଅଛନ୍ତି, ଆଗକୁ ବାକି ରହିଲା ଦେଖିବାପାଇଁ ଏହାର ସତ୍ୟାସତ୍ୟ କେବେ ବାହାରିଵ ଓ ଚୋର ଧରାପଡିବେ ଓ ଆଇନତ ଦଣ୍ଡ ପାଇବେ, ଏହି ଅଞ୍ଚଳରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି. ଗୋଟିଏ ଶିକ୍ଷାନୁଷ୍ଠାନରୁ ବାରମ୍ବାର ଚୋରି, ଜ୍ଞାନୀ ଗୁଣୀ ଲୋକମାନେ ଏହି କଥାକୁ ଅତି ନିନ୍ଦା ପ୍ରକାଶ କରୁଅଛନ୍ତି. ଏଠି ପାଣି ମଟର ଚୋରି ହେବା ଠାରୁ ପାଣିର ସମସ୍ୟା ବଢ଼ିଛି, ତାପରେ ଗ୍ୟାସ୍ ଟାଙ୍କି ଚୋରି ହେବାରୁ ପିଲାଙ୍କ ମଧ୍ୟାହ୍ନ ଭୋଜନ ରାନ୍ଧିବା ରେ ସମସ୍ୟା ସୃଷ୍ଟି ହେଉଛି. ତେଣୁ ଶିକ୍ଷକ ମାନେ ଏଠି ନିରୁପାୟ କୋମଳ ମତୀ ପିଲା ମାନଙ୍କ ଉପରେ ପଡୁଛି ତାର ପ୍ରଭାବ।


Share: