ବିପଦର ବନ୍ଧୁ ସେବା ସଙ୍ଗଠନ ପକ୍ଷରୁ ମାନବୀୟ କାର୍ଯ୍ୟ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋ ଚିଫ

ଭୁବନେଶ୍ୱର /କଟକ : ବିପଦର ବନ୍ଧୁ ସେବା ସଂଗଠନ,କିଶୋରନଗର କଟକ ସଦର ପକ୍ଷରୁ ସ୍ଥାନୀୟ ମାନଭଞ୍ଜନ ମହାରଣାଙ୍କ ପରିବାରକୁ ରାସନ ସାମଗ୍ରୀ ଶୁଖିଲା ଖାଦ୍ୟ ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି | ଶ୍ରୀ ମହାରଣା ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ କିଛି ଦିନ ହେଲା ଦୁରାରୋଗ୍ୟରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ପରିବାର ପ୍ରତିପୋଷଣ କରିବାକୁ ଅସମର୍ଥ ହୋଇ ପଡିଛନ୍ତି | ଏହି ମହତ ସେବା କାର୍ଯ୍ୟକ୍ରମରେ କ୍ଷିତୀନ୍ଦ୍ର ମିତ୍ର,କୈଳାସ ଚନ୍ଦ୍ର ଦାସ,ଲିଆକତ ଅଲ୍ଲୀ,ଆସିଫ ଅଲ୍ଲୀ,ଭୈରବ ଚନ୍ଦ୍ର ସେଠି,ସୁଧାକର ଦାସ,ଜଗନ୍ନାଥ ମଲ୍ଲିକ,ବିପିନ ବାରିକ,ନାରାୟଣ ଦାଶ , ଆଲୋକ ମଣ୍ଡଳ,ପବିତ୍ର ମୋହନ ବିଷୋୟୀ,ହଲିମ ଖାଁ, ବିମଲ ଗୋସ୍ୱାମୀ ପ୍ରମୁଖ ସଙ୍ଗଠନର ସଦସ୍ୟମାନେ ଉପସ୍ଥିତ ଥିଲେ |


Share: