ନୀଳାଚଳ ଅର୍ବାନ ହାଟ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

Share:

ରଞ୍ଜନ ଦାସ।

ପୁରୀ : ପୁରୀ ଅର୍ବାନ ହାଟ ପରିସରରେ ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଚଳିତ ମାସ ୧ ତାରିଖ ଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ହସ୍ତତନ୍ତ ମେଳା।ଏହା ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମେଳାରେ ପାରମ୍ପରିକ ଶିଳ୍ପୀ ମାନଙ୍କ ହାତ ତିଆରି ହସ୍ତତନ୍ତ ବସ୍ତ୍ର ର ସମ୍ଭାର ପ୍ରଦର୍ଶିତ ହେଉଛି।ପ୍ରତିଦିନ ଦିବା ୧୧ ଟାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଏହା ବିକ୍ରୟ ପାଇଁ ଖୋଲା ରହୁଛି।

ସୋମବାର ଠାରୁ ଏହି ମେଳାରେ ଯୋଡି ହୋଇଛି ସମ୍ବଲପୁରୀ ନୃତ୍ୟ ଓ ସଂଗୀତ। ବରଗଡର କଳାଜୀବି ଅନୁଷ୍ଠାନର କଳାକାର ମାନେ ଗୁରୁ ଶ୍ରୀ ଦିଲ୍ଲୀପ କୁମାର ସାହୁ ଙ୍କ ନେତୃତ୍ବରେ ଚମତ୍କାର ଲୋକନୃତ୍ୟ ପ୍ରଦର୍ଶନ କରି ଦର୍ଶକ ମାନଙ୍କୁ ମୋହିତ କରିଦେଇଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଅର୍ବାନ ହାଟ ମଂଚ ରେ ଅନୁଷ୍ଠିତ ହେବ ବୋଲି ସମ୍ବଲପୁର ବସ୍ତ୍ରାଳୟର ଏମ ଡି ଶିଶିର କୁମାର ନାଗ ସୂଚନା ଦେଇଛନ୍ତି। ମାର୍କେଟିଂ ଅଫିସର ହେମନ୍ତ କୁମାର ମିଶ୍ର, ଅର୍ବାନ ହାଟ ଇନଚାର୍ଜ ପ୍ରଦୀପ ମିଶ୍ର ଜନସାଧାରଣ ଏଥିରେ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବାକୁ ଅନୁରୋଧ କରିଛନ୍ତି।


Share: