ନୂତନ ମନ୍ଦିର ପ୍ରତିଷ୍ଠା ଓ ଚବିଶ ପ୍ରହର ନାମ ଯଜ୍ଞ

Share:

ନିତ୍ୟ ସୁନ୍ଦର ଜେନା ଓ ଯଜ୍ଞେଶ୍ଵର ଦାସ

କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ପୂର୍ବ ସୁନିତୀ ଗ୍ରାମରେ ଏକ ଧାର୍ମିକ ଅନୁଷ୍ଠାନ ୧୯୬୧ ମସିହାରୁ ଗଠିତ ହୋଇଅଛି. ମା ଶୀତଳା ଓ ମା ଚଣ୍ଡି କିନ୍ତୁ ଏ ବର୍ଷ ନୂତନ ଭାବେ ଏକ ମନ୍ଦିର ତିଆରି ହୋଇଅଛି , ସେହି ମନ୍ଦିର ର . ପ୍ରତିଷ୍ଠା ଦିବସ ତା ସହିତ ଚବିଶ ପ୍ରହର ନାମ ଯଜ୍ଞ ମଧ୍ୟ ଆଠ ଦିନ ଧରି ଚାଲୁଅଛି ,ଅହରହ ଚାଲୁଅଛି ନାମ କୀର୍ତ୍ତନ ଓ ପ୍ରସାଦ ସେବନ ସବୁ ସମୟରେ ଭକ୍ତମାନଙ୍କର ଯିବା ଆସିବା ଚାଲିଥାଏ . କିନ୍ତୁ ସଂଧ୍ୟା ହେଲେ ବହୁ ସଂଖ୍ୟାର ଭକ୍ତ ମାନେ ଏକତ୍ରିତହୋଇ ଧର୍ମ ଆଲୋଚନା ରେ ଭାଗ ନେଇଥାନ୍ତି ।ବାହାରୁ କୀର୍ତ୍ତନ ମଣ୍ଡଳୀ ମାନେ ଆସି କୀର୍ତ୍ତନ ପରିବେଷଣ କରିଥାନ୍ତି , ସେଥି ମଧ୍ୟରେ ରୀନା ରାୟ ଦଳ ନଦିଆ ରୁ ନାଡୁ ଗୋପାଳ ଦଳ ସୁନିତିରୁ ବ୍ରଜ ବାସୀ ସପ୍ରଦାୟ ଛପାଲିରୁ ବିଷ୍ଣୁ ପ୍ରିୟା ସଂପ୍ରଦାୟ ରାମନଗର ରୁ ମା ଗଙ୍ଗା ସଂପ୍ରଦାୟ ଖରିନାସୀରୁ ଓ ଅଧମ ସଂପ୍ରଦାୟ ପୁରୀରୁ ଭାଗ ନେଇଥାନ୍ତି , ଏହି ଅନୁଷ୍ଠାନ ରେ ସୁଧାଂଶୁ ପାଞା- ସଭାପତି , ପ୍ରଦିପ ପ୍ରଧାନ – ସମ୍ପାଦକ ,ଅପୁ ପରିଡ଼ା – ଜିଲ୍ଲାପରିଷଦ, ଭଗବତୀ ମଣ୍ଡଳ – ସରପଞ୍ଚ ।ଶୁଭିମଲ ଗୁତିଆ ଏହି କାର୍ଯ୍ୟକ୍ରମକୁ ଗ୍ରାମ ବାସୀଙ୍କ ସହଯୋଗ ରେ ପରିଚାଳନା କରିଥାନ୍ତି, ବିଜ୍ଞାନ ଯୁଗରେ ମଧ୍ୟ ଏହି ଅଞ୍ଚଳର ଲୋକମାନଙ୍କ ଭିତରେ ଧର୍ମୀୟ ଭାବନା ଓ ଭକ୍ତି ଜାଗ୍ରତ ହୋଇ ଉଠେ. ଏଠାରେ ମଧ୍ୟ ଛୋଟ ଛୋଟ ପିଲା ମାନଙ୍କୁ ନେଇ ଗଢ଼ି ଉଠିଛି,ଏକ ଗୋପବନ୍ଧୁ ସେଛାସେବୀ ସଙ୍ଗଠନ ସେମାନେ ଏହି ଏରିଆକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଓ ପ୍ରସାଦ,ଜଳ ପରିବେଷଣ କରିବା କାର୍ଯ୍ୟ କ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥାନ୍ତି।ଉଠା ଦୋକାନୀମାନେ ସୁଦୁର କଲିକତା ରୁ ଆସି ପକାଇ ଥାନ୍ତି ପାଖ ପଡ଼ିଆରେ।


Share: