କୋଦଳା ଡାକବଙ୍ଗଳା ଠାରେ ଆୟୋଜିତ ବିଜେଡି ର 26 ତମ ପ୍ରତିଷ୍ଠା ଉତ୍ସବରେ 40 ହଜାର ରୁ ଉର୍ଦ୍ଧ ଲୋକଙ୍କ ସମାଙ୍ଗମ

Share:

ଭଗବାନ ପାଢ଼ୀ

ଗଞ୍ଜାମ :ବିଜେଡ଼ିର ୨୬ ତମ ପ୍ରତିଷ୍ଠା ଦିବସ ଅବସରରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ପକ୍ଷରୁ କୋଦଳା ସ୍ଥିତ ଡାକବଙ୍ଗଳା ପଡ଼ିଆରେ ଆୟୋଜିତ ହୋଇଛି ସ୍ବାଭିମାନ ସଭା । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ବରେ ଏହି ସ୍ବାଭିମାନ ସଭା ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ବେହେରା ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ପାଇଁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଜନହିତକାରୀ ଯୋଜନା କରିଛନ୍ତି । ଆଉ ଏହି ଯୋଜନାରେ ସୁବିଧା ରାଜ୍ୟ ବାସୀ ପାଇପାରୁଛନ୍ତି । ତେଣୁ ଓଡ଼ିଶାରେ ଦୀର୍ଘ ୨୫ ବର୍ଷ ଧରି ଶାସନ କରି ଆସୁଛି ବିଜୁ ଜନତା ଦଳ । ସେହି କ୍ରମରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମଧ୍ୟ ନିଜ କାମକୁ ବେଶ ଭଲ ଭାବେ କରି ଆସୁଛନ୍ତି । ନିଜ ନିର୍ବାଚନ ମଣ୍ଡଳୀରେ ରହିଥିବା ପ୍ରତ୍ୟେକ ଲୋକ କିଭଳି ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସମସ୍ତ ଯୋଜନାର ସୁବିଧା ଉଠାଇ ପାରିବେ ସେ କ୍ଷେତ୍ରରେ ସ୍ଥାନୀୟ ବିଧାୟିକା ଲତିକା ପ୍ରଧାନ କାମ କରୁଛନ୍ତି । ଏଭଳି ଜଣେ ବିଧାୟିକାକୁ ପାଇ ନିର୍ବାଚନ ମଣ୍ଡଳୀର ଲୋକେ ବେଶ ଭାଗ୍ୟବାନ । ଆଉ ଆଜିର ସଭାରେ 40 ହଜାରରୁ ଅଧିକା ସ୍ଥାନୀୟ ନିର୍ବାଚନ ମଣ୍ଡଳୀ ବାସିନ୍ଦା ଉପସ୍ଥିତ ରହି ବିଧାୟିକା ଲତିକା ପ୍ରଧାନଙ୍କ ପ୍ରତି ରହିଥିବା ଭଲ ପାଇବା ପ୍ରତିପାଦିତ କରିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀକାନ୍ତ ସାହୁ । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବାସିନ୍ଦା ଯେଉଁଦିନ ଠାରେ ବିଧାୟିକା ଭାବେ ଚୟନ କରିଛନ୍ତି । ସେହି ଦିନ ଠାରୁ ନିଜ ନିର୍ବାଚନ ମଣ୍ଡଳୀ କିଭଳି ଉନ୍ନତି ହେବ ଓ ସମସ୍ତ ଲୋକେ କିଭଳି ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାରର ଯୋଜନାରେ ସୁବିଧା ପାଇପାରିବେ ସେ ନେଇ କାମ କରିଛି । ନିଜ ପାଇଁ ସମୟ ନ କାଢ଼ି ପ୍ରତିଦିନ ନିଜ ନିର୍ବାଚନ ମଣ୍ଡଳୀ ବାସିନ୍ଦାଙ୍କ ପାଇଁ କାମ କରିଛି । ବିଜେଡ଼ିର ୨୬ତମ ପ୍ରତିଷ୍ଠା ଦିବସ ଅବସରରେ ସ୍ବାଭିମାନ ସଭା ଆୟୋଜିତ ହୋଇଥିବା ବେଳେ ହଜାର ହଜାର ଲୋକେ ଉପସ୍ଥିତ ରହି ବିଜେଡ଼ି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ତାଙ୍କର ରହିଥିବା ଭଲପାଇବାକୁ ପ୍ରତିପାଦିତ କରିଛନ୍ତି । ଏଭଳି ନିର୍ବାଚନ ମଣ୍ଡଳୀ ଲୋକଙ୍କ ଭଲପାଇବା ରହିଲେ ଆଗକୁ ଏଭଳି ନିଜ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ କାମ କରିବି ବୋଲି କହିଛନ୍ତି ବିଧାୟିକା ଲତିକା ପ୍ରଧାନ । ଏହି ସ୍ବାଭିମାନ ସଭାରେ ପ୍ରାୟ ୨୦ ହଜାରରୁ ଅଧିକ ଲୋକେ ଯୋଗ ଦେଇଥିବା ବେଳେ ବିଜେଡିର ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ ।


Share: