ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ବ୍ଲକ ଅଧ୍ୟକ୍ଷା ଙ୍କ ଭଣଜା ଙ୍କୁ ବିଭତ୍ସ ହତ୍ୟା

Share:

ଭଗବାନ ପାଢ଼ୀ

ଗଞ୍ଜାମ :ପୁଣି ରାଜନୈତିକ ଆକ୍ରୋଶ ରୁ ଗଲା ଗୋଟିଏ ଅମୁଲ୍ୟ ଜୀବନ l ଏମିତି ଘଟଣା ଦଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ରାଘବପୁର ଛକ ନିକଟରେ l ବ୍ଲକ ଅଧ୍ୟକ୍ଷା ଙ୍କ ଭଣଜା ଭାବିନି ପୁର ଗ୍ରାମର ପଙ୍କଜ ଗୌଡ଼ ଙ୍କୁ କିଛି ଦୃବୃତ୍ତ ଆଜି ସନ୍ଧ୍ୟା ସମୟରେ ରାଘବପୁର ଛକ ନିକଟରେ ଅତର୍କିତ ଭାବେ ଖଣ୍ଡରେ ହାଣି ହତ୍ୟା କରିବାକୁ ଉଦ୍ୟମ କରୁଥିବା ସମୟରେ କିଛି ସ୍ଥାନୀୟ ଲୋକ ପାଟିକରିବାରୁ ଦୃବୁତ ମାନେ ଛତ୍ର ଭଙ୍ଗ ଦେଇଥିଲେ l ସ୍ଥାନୀୟ କିଛି ଲୋକଙ୍କ ସାହାଯ୍ୟ ରେ ପଙ୍କଜଙ୍କୁ ଖଲିକୋଟ ମେଡିକାଲ ରେ ଭର୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l
ପ୍ରକାଶ ଥାଉ କି ଗତ ପଂଚାୟତ ନିର୍ବାଚନ ରେ ପଙ୍କଜ ବିଜେଡି ପାଇଁ ଏକ ସକ୍ରିୟ କର୍ମୀ ରୂପରେ କାର୍ଯ୍ୟ କରି ବିଜେଡି ପାଇଁ ସଙ୍ଘଟନ କରୁ ଥିଲେ କିନ୍ତୁ କିଛି ରାଜନୈତିକ ନେତା ଏହାକୁ ହଜମ ନ କରିପାରି ଏଇ ପରି ପଦକ୍ଷେପ ନେଇ ପଙ୍କଜ ଙ୍କୁ ହତ୍ୟା କରିଥିବା ଆଲୋଚନା ହେଉଛି ବର୍ତମାନ ସୁଦ୍ଧା ବେଗୁନିଆପଡା ଥାନା ରେ ଏତଲା ହୋଇନଥିବା ବେଳେ ଘଟଣା ସ୍ଥଳରେ ବେଗୁନିଆପଡା ପୋଲିସ ପହଂଚି ତଦନ୍ତ ଚଳାଇଥିବା ଜଣାପଡିଛି l


Share: