ବିଜେପି ଦଳ ତରଫରୁ ବ୍ଲକ ଘେରାଉ ଓ ସ୍ମାରକ ପତ୍ର ପ୍ରଦାନ

Share:

ନିତ୍ୟ ସୁନ୍ଦର ଜେନା

କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ମାର୍ଶାଘାଇ ବ୍ଲକ ସମ୍ବୁଖରେ ଡଃ ସୌଭାଗ୍ୟ ପରିଡ଼ା ଙ୍କ ନେତୃତ୍ବରେ ଆଜି ଏକ ପ୍ରତିବାଦ ସଭାର ଆୟୋଜନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ବ୍ୟାପକ ଅନିୟମିୟତା ନେଇ ବ୍ଲକ୍ ଘେରାଉ ବି :ଡ଼ି :ଓ ଙ୍କ ଅନୁପସ୍ଥିତିରେ ବ୍ଲକର କ୍ଲରର ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଅଛି, ବିଜେପି ନେତା ମାନେ ରାଜ୍ୟ ସରକାରଙ୍କୁ ଦୋଷ ରୋପ କରିଥିଲେ ଓ ଅଯୋଗ୍ୟ ହିତାଧୀକାରୀଙ୍କୁ ତାଲିକାରୁ ବାଦ୍ ଦିଅ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଅ ବୋଲି ଦାବି କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରମେଶ ବେହେରା ପ୍ରଦିପ ବାରିକ ରାମଚନ୍ଦ୍ର ରାଉତ କୀଷ୍ଣ ପଦ ମଣ୍ଡଳ ନୃପତି ମଲ୍ଲିକ ଉଦୟ ସାହୁ ଘନଶ୍ୟମ ପ୍ରଧାନ ରବିନ୍ଦ୍ରନାଥ ବଳବନ୍ତରାୟ ସରସ୍ଵତୀ ବେହେରା ଘନଶ୍ୟାମ ପ୍ରଧାନ ତଥା ମହାକାଳପଡା ନୀର୍ବାଚନୀ ମଣ୍ଡଳୀର ୨୫ଓ୨୬ନମ୍ବର ଜୋନରୁ ଅଧିକ ସଂଖ୍ୟକ କର୍ମୀ ଓ ମହିଳା ମାନେ ଯୋଗ ଦେଇଥିବା ଦେଖା ଯାଇଥଲା ବିଜେପି ନେତା ମାନେ ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ହୋଇଥିବା ଅନିୟମିୟତା ନେଇ ନିଜ ନିଜ ବକ୍ତଵ୍ୟରେ ଘୋର ପ୍ରତିବାଦ କରିଥିଲେ ,ଓ ଆଗାମୀ ଦିନରେ ସଂଶୋଧନ ନ କରାଗଲେ ମାର୍ଶାଘାଇ ବ୍ଲକରେ ଆନ୍ଦୋଳନ କୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଅଛନ୍ତି ।


Share: