ପୂର୍ଵତନ ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ସାକ୍ଷାତ କରିଛନ୍ତି

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ :ପୂର୍ବତନ ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟମ ସ୍ୱାମୀ ପୁରୀ ଆସି ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସହ ସାକ୍ଷାତ କରିଛନ୍ତି। ସୁବ୍ରମଣ୍ୟମ ସ୍ୱାମୀ ଗୋବର୍ଦ୍ଧନ ପୀଠରେ ପ୍ରାୟ ଏକ ଘଣ୍ଟା ବିତାଇବା ସହ ଶଙ୍କରାଚାର୍ଯ୍ୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଭାରତ ସହ ଅନ୍ତର୍ଜାତୀୟ ସୀମା ବିବାଦ ଓ ଚୀନ ସହ ସମ୍ପର୍କକୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ସେହିପରି ଧର୍ମ ପୀଠ ଗୁଡିକର ସୁରକ୍ଷା ପାଇଁ ମଧ୍ୟ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଥିଲେ। ରାଜ୍ୟ ଓ କେନ୍ଦ୍ର ସରକାର ଧର୍ମ ପୀଠ ଗୁଡିକର ସୁରକ୍ଷା ପାଇଁ ମଧ୍ୟ କାର୍ଯ୍ୟ କରୁ ବୋଲି ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଥିଲେ। କେରଳର ପଦ୍ମନାଭ ସ୍ଵାମୀ ମନ୍ଦିରରେ ଏକ କାର୍ଯ୍ୟକ୍ରମରେ ଆସିବା ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ। ରାମ ମନ୍ଦିର ଓ କାସୀ ବିଶ୍ଵନାଥ ଓ ଜ୍ଞାନବାପି ପ୍ରସଙ୍ଗ ଉପରେ ହେଲା ଆଲୋଚନା।

ଶ୍ରୀମନ୍ଦିର ପ୍ରକଳ୍ପ ବିଷୟରେ ଅବଗତ ଥିବା କହିଲେ ସୁବ୍ରମଣ୍ୟମ। ଆଇନଗତ ବାଧା ଯୋଗୁ ପ୍ରକଳ୍ପ କାର୍ଯ୍ୟ ବିବାଦରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ୍ କୁ ସେ ଭଲଭାବରେ ଜାଣନ୍ତି ଏବଂ ତାଙ୍କ ବାପା ବିଜୁ ବାବୁ ତାଙ୍କର ଥିଲେ ସହଯୋଗୀ।ଓଡିଶା ପ୍ରତି ରହିଛି ଭଲପାଇବା। କିନ୍ତୁ କାହିଁକି ଏପରି କରୁଛନ୍ତି ବ ସେ ଆଲୋଚନା କରିବେ ବୋଲି ମତ ରଖିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ। ସେହିପରି ଶ୍ରୀମନ୍ଦିର ର ପରିଚାଳନା ପ୍ରସଂଗରେ ସେ କହିଛନ୍ତି ମନ୍ଦିର କୌଣସି ସରକାର ଙ୍କ ଅଧୀନସ୍ଥ ରହିବା ଉଚିତ ନୁହେଁ ।। କେବଳ କୌଣସି ତ୍ରୁଟି ବା ବିବାଦ ଥିଲେ ସରକାର କିଛି ସମୟ ପାଇଁ ହସ୍ତକ୍ଷେପ କରିବା କଥା। ଅନ୍ୟପଟରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି କୌଣସି ଚାପ ଦ୍ୱାରା କିମ୍ବା କୌଣସି ପକ୍ଷ ଦ୍ୱାରା ପ୍ରଭାବିତ କରିବା ପାଇଁ ପ୍ରଚେଷ୍ଟା ନକରନ୍ତୁ ରାଜ୍ୟ ସରକାର। ଏଭଳି ବୟାନ୍ ଦେଇଛନ୍ତି ଜଗଦଗୁରୁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କୁ ନେଇ ସେ ଉଚିତ ପରମର୍ଶ ଦେଇଛନ୍ତି।ତାକୁ ସରକାର ଗ୍ରହଣ କରିବା ଉଚିତ୍।


Share: