ଜିଲ୍ଲାପ୍ରଶାସନ ଓ ପୈାରପାଳିକା ପକ୍ଷରୁ ଦୋକାନୀ ମାନଙ୍କୁ ଓଡ଼ିଆ ରେ ଲେଖିବାପାଇଁ ସଚେତନତା

Share:

ପପୁକୁମାର ସାହୁ

ଦେଙ୍କନାଳ :ଆଜି ଜିଲ୍ଲାପ୍ରଶାସନ ଓ ପୈାରପାଳିକା ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ଦୋକାନୀମାନଙ୍କୁ ସଚେତନତା କରାଯାଇଥିଲା। ଦୋକାନୀମାନଙ୍କ
ର ଟ୍ରେଡ୍ ଲାଇସେନ୍ସ ନମ୍ବର ଓ ଦୋକାନ ନାମଫଳକ ଓଡ଼ିଆରେ ଲେଖିବା ପାଇଁ ସଚେତନତା କରାଯାଇଥିଲା। ଯେଉଁ ଦୋକାନୀମାନେ ନ ଲେଖିବେ ତାକୁ ପାଞ୍ଚ ହଜାର ଟଙ୍କା ଜରିମାନା ଓ ଦିତୀୟ ବାର ଭୁଲ କଲେ ପଚିଶ ହଜାର ଟଙ୍କା ଜରିମାନା କରାଯିବା ପାଇଁ ସୁଚନା ଦିଆଯାଇଥିଲା। ପୈାରନିର୍ବାହି ଅଧିକାରୀ ତରୁଣ କୁମାର ମହାପାତ୍ରଙ୍କ ତତ୍ବାବଧାନରେ ଏହି ସଚେତନ ରଥ ସହର ପରିକ୍ରମା କରିଥିଲା।


Share: