ବୋଇତ ବନ୍ଦାଣ ଓ ନୈକା ପ୍ରତି ଯୋଗିତା ଉତ୍ସବ.

Share:

ନିତ୍ୟ ସୁନ୍ଦର ଜେନା ସ୍ୱନ୍ତ୍ର ପ୍ରତିନିଧି

କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ବିଜୟନଗର ଗ୍ରାମର ଜଗତପଡାର କାର୍ତ୍ତିକ ଶ୍ଵର ପୂଜା କମିଟି ଆନୁକୂଲ୍ୟରେ ଦ୍ଵିତୀୟ ବାର୍ଷିକ ନୈକା ପ୍ରତି ଯୋଗିତା ଆରମ୍ଭ ହୋଇଯାଇ ଅଛି, ପ୍ରତି ଦଳରେ ୩ ଜଣ ଲେଖା ପ୍ରତି ଯୋଗୀ ଅଂଶ ଗ୍ରହଣ କରିଥିଲେ , ପ୍ରତି ଦଳର ନାମ କରଣ କରାଯାଇଥିଲା,ସେଥି ମଧ୍ୟରୁ ସୁବର୍ଣ୍ଣରେଖା ଦଳ ପ୍ରଥମ ସ୍ଥାନ ଓ ବଂଶ ଧାରା ଦ୍ଵତୀୟ ସ୍ଥାନ ଏବଂ ଋଷିକୂଲ୍ୟା ତୃତୀୟ ସ୍ଥାନରେ ବିଜୟ ହାସଲ କରିଥିଲେ , ବିଜୟ ଦଳର ପ୍ରତିନିଧି ଗଗନ ପରିଡା ଙ୍କୁ ପ୍ରଥମ winner ଭାବେ ଟ୍ରଫି ସହ ୩୦୦୦ ଟଙ୍କା। ପାତନ ରାଉତଙ୍କୁ ଦ୍ଵିତୀୟ ସ୍ଥାନର winner ଭାବେ ଟ୍ରଫି ସହ ୨୫୦୦ ଟଙ୍କା । ଓ ତୃତୀୟ ସ୍ଥାନର winner ଭାବେ ମୁରଲି ସାହୁଙ୍କୁ ଟ୍ରଫି ସହ ୧୫୦୦ ଟଙ୍କା ପୁରସ୍କାର ଦିଆଯାଇଥିଲା , ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୧୯ ନମ୍ବର ଜୋନ୍ ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ସମାଜ ସେବୀ ଦେବଦତ୍ତ ପରିଡ଼ା ମୁଖ୍ୟ ବକ୍ତା ଭାବେ ରୂପସୀନ ସାହୁ ସରପଞ୍ଚ ବିଜୟନଗର ପଞ୍ଚାୟତ . ଓ ସମ୍ମାନୀୟ ଅତିଥି ଭାବେ ଗୀତାଞ୍ଜଳୀ ମିଶ୍ର ସମିତି ସଭ୍ୟା ଯୋଗଦାନ କରିଥିଲେ,ଦେଉଳପଡା ପଞ୍ଚାୟତ ସଭ୍ୟ ସରୋଜ କାନ୍ତ ପରିଡା ସମାଜସେବୀ ଅରବିନ୍ଦ ସାହୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ , ଏହି ଅଞ୍ଚଳ ର ଲୋକ ମାନଙ୍କର ସଂଖ୍ୟା ମଧ୍ୟ ବହୁତ ଥିଲା , କାରଣ ଏହା ଏକ ରୋଚକ ପୂର୍ଣ୍ଣ ଓ ରୋମାଞ୍ଚଳ ଦୃଶ୍ୟ ଦେଖିବାକୁ ମିଳିଥିଲା . ଲୋକମାନେ ଭରପୁର ଆନନ୍ଦ ମୁଖରିତ ହୋଇପଡ଼ିଥିଲେ , ମହିଳା ମାନଙ୍କ ଦ୍ଵାରା ବୋଇତ ବନ୍ଦାଣ ତଥା ଛୋଟ ଛୋଟ ପିଲାମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ କାର୍ଯ୍ୟ କ୍ରମ ମଧ୍ୟ ଦେଖିବାକୁ ମିଳିଥିଲା , ଅନୁଷ୍ଠାନର ସଭାପତି ସୁଦର୍ଶନ ମାଝୀ ମଞ୍ଚ ପରିଚାଳନା କରିଥିଲେ l


Share: