ମଇ ଦିବସ/ ଆନ୍ତର୍ଜାତୀୟ ଶ୍ରମିକ ଦିବସ-୨୦୨୨ ପାଳିତ

Share:

ଅମୁଲ୍ୟ ନିଶଙ୍କ ରିପୋର୍ଟ

ରାୟଗଡ:-ଜିଲ୍ଲା ସ୍ଥରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ସ୍ଥାନନୀୟ-ଟାଉନ ହଲ୍‌, ରାୟଗଡା ପୌରପରିଷଦ, ରାୟଗଡ ଠାରେ ପାଳିତ ହୋଇଯାଇଛି l ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ଇଂ ଭସ୍କାର ରାଓ, ସମ୍ମlନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ,ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀମତି ନିବେଦିତା ପଣ୍ଡା, , ଅଧ୍ୟକ୍ଷ ପୌରପରିଷଦ ରାୟଗଡ ଶ୍ରୀ ମହେଶ ପଟନାୟକ ଆଦି ଯୋଗଦାନ କରି ନିର୍ମାଣ ଶ୍ରମିକ ମାନଙ୍କୁ ଉତ୍ସାହିତ କରିଥିଲେ l ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତି ଯସ୍ମୀନି ଶୁଭଦର୍ଶିନୀ ସାହୁ ପ୍ରାରମ୍ଭିକ ଭାଷଣ ପ୍ରଦାନ କରି ଶ୍ରମିକ ଦିବସର ତାତ୍ପର୍ଯ୍ୟତା ଓ ଜିଲ୍ଲାରେ ପଞ୍ଜୀକୃତ ସଂଘଠିତ ଓ ଅନସଙ୍ଘଠିତ ଶ୍ରମିକ ମାନଂକ ତାଲିକା ଉପସ୍ଥାପନ କରିବାସହ ସେମାନଙ୍କ କଲ୍ୟାଣ ନିମନ୍ତେ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ସହାୟତ ସମ୍ବନ୍ଧରେ ଉପସ୍ଥାପନ କରିଥିଲେ l

ରାୟଗଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଆଜି ପର୍ଯ୍ୟନ୍ତ ମୋଟ ୮୨,୮୬୩ ଜଣ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି ।

ରାୟଗଡା ଜିଲ୍ଲାରେ ୨୦୨୧-୨୦୨୨ ଆର୍ଥିକ ବର୍ଷରେ ମୋଟ ୨,୩୭,୪୭,୪୧୮ ଟଙ୍କା ଲେବର ସେସ୍ ଆଦାୟ କରାଯାଇଅଛି ।
୨୦୨୧-୨୦୨୨ ଆର୍ଥିକ ବର୍ଷରେ ଶ୍ରମିକ ମାନଙ୍କୁ ପ୍ରଦାନ କରିଥିଲେ ଯଥା ଶିକ୍ଷା ସହାୟତା ୯୧୯ଜଣ ହିତାଧିକାରୀଙ୍କୁ ୩୯,୮୦,୨୦୦/-,ସେହିପରି ୨୫୬ ଜଣଙ୍କୁ ବିବାହ ସହାୟତ ୧,୨୫.୨୫,୦୦୦/-, ପ୍ରସୂତୀକାଳିନ ସହାୟତା ୧୯୪ ଜଣକୁ ୧୯,୩୪,୦୦୦/-ଟଙ୍କା,
ମୃତ୍ୟୁ ଓ ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ପାଇଁ ୧୭୯ଜଣକୁ ୩,୪୭,୯୫,୦୦୦/- ସର୍ଵମୋଟ
୧୫୪୮ ଜଣ ହିତାଧିକାରୀଙ୍କୁ
ଟ୫,୩୨,୩୪,୨୦୦/-ଙ୍କା ପ୍ରଦାନ କରାଯାଇଛି l
ସେହିପରି ଓଡିଶା ଅଣ ସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ, ଭୁବନେଶ୍ୱର, ଜିଲ୍ଲା ରାୟଗଡା ପଞ୍ଜିକୃତ ହୋଇଥିବା ଅଣ ସଙ୍ଗଠିତ ଶ୍ରମିକ ବର୍ଗର ତାଲିକl ପଞ୍ଜିକୃତ ହୋଇଥିବା ଅଣ ସଙ୍ଗଠିତ ଶ୍ରମିକ ବୁଲା ବିକାଳି ୫୭୭ଜଣ, କ୍ଷୁଦ୍ରବେପାରୀ ୧୦୫୧ଜଣ,
ଘରୋଇ ଶ୍ରମିକ ୬୮୬ଜଣ,
ରିକ୍ସା ଚାଳକ ୧୯ଜଣ,ଅଟୋ ଚାଳକ
୪୨୯ଜଣ,ମୋଚି ୦୨ଜଣ,କୃଷି ଶ୍ରମିକ ୩୭୬୦ଜଣ,ଜଙ୍ଗଲ ଶ୍ରମିକ
୪୩୯ଜଣ,ଖବର କାଗଜ ବିକାଳି
୮୦ଜଣ ସଫେଇ ବାଲା ୫୩ଜଣ ମୋଟ ୭୦୯୬ଜଣ ଅଛନ୍ତି l
ରାୟଗଡା ଜିଲ୍ଲାରେ ଅଣ ସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡରେ ଆଜି ପର୍ଯ୍ୟନ୍ତ ମୋଟ ୧୫,୦୦,୦୦୦/- ଟଙ୍କା ୧୫ ଜଣ ଅଣ ସଙ୍ଗଠିତ ଶ୍ରମିକଙ୍କୁ ମୃତ୍ୟୁ କାଳୀନ ସହାୟତା ପ୍ରଦାନ କରାଯାଇଅଛି ।
ରାୟଗଡା ଜିଲ୍ଲାରେ ଅଣ ସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡରେ ଆଜି ପର୍ଯ୍ୟନ୍ତ ମୋଟ ୭,୦୯୬ ଜଣ ଅଣ ସଙ୍ଗଠିତ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି । ‘ମେ ଡେ’ ଅବସରରେ ୦୧.୦୫.୨୦୨୨ ରିଖରେ ୫୬୫ ଜଣ ଶ୍ରମିକଙ୍କୁ ଶିକ୍ଷା ସହାୟତା ବାବଦରେ ୨୪ ଲକ୍ଷ ୭୭ ହଜାର ୬୦୦ ଟଙ୍କାର ମୋଟ ରାଶି ପ୍ରଦାନ କରାଯାଉଅଛି ଏବଂ ୧୫ ଜଣ ଶ୍ରମିକଙ୍କ ମୃତ୍ୟୁକାଳୀନ ସହାୟତା ୧୫ ଲକ୍ଷ ଟଙ୍କାର ରାଶି ପ୍ରଦାନ କରାଯାଇଥିବା ମଣ୍ଡଳ ଶ୍ରମ ଅଧିକାରୀ ରାୟଗଡ ଜଣାଇଛନ୍ତି l ଶେଷରେ ସହକାରୀ ଶ୍ରମ ଅଧିକାରୀ ଛାଟରାୟ ଟୁଡୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l


Share: