ହବିଷ୍ୟାଳୀ ମା ମାନଙ୍କୁ ଭାବପୂର୍ଣ୍ଣ ବିଦାୟ।

Share:

ରଞ୍ଜନ ଦାସ
ପୁରୀ: ଗୋଟିଏ ମାସ କାର୍ତ୍ତିକ ବ୍ରତର ହବିଷ ସାରିବା ପରେ ଆଜି ନିଜ ନିଜ ଘରକୁ ଫେରିଛନ୍ତି ମା ମାନେ। ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଓ ଏସପି ଡ଼ଃ କନୱର ବିଶାଲ ସିଂ ବୃନ୍ଦାବତୀ ନିବାସରେ ପହଞ୍ଚି ଏକ ଭାବପୂର୍ଣ୍ଣ ପରିବେଶ ମଧ୍ୟ ରେ ମା ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ମାସ ସାରା ନିଜ ପରିବାର ଛାଡି ମା ମାନେ ଏହି ନିବାସ ମାନଙ୍କ ରେ ରହିଥିଲେ। ସେମାନଙ୍କ ସେବା ଓ ସ୍ୱଛନ୍ଦ ପାଇଁ ସରକାର ଓ ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଥିଲେ। ମା ମାନେ ମଧ ନିଜ ମହାନ ଗୁଣରେ ଏଇ ମାସ ସାରା ସହଯୋଗ କରିଛନ୍ତି। ଏହି ମାସର ଅଭିଜ୍ଞତା ଆଗାମୀ ଦିନ ରେ ପ୍ରଶାସନ କୁ ଅଧିକ ଋଦ୍ଧିମନ୍ତ ଓ କ୍ରିୟାଶୀଳ କରିବ ବୋଲି କହିବା ସହ ପ୍ରତ୍ୟେକ ମା ମାନଙ୍କୁ ଜିଲ୍ଲାପାଳ ମହାପ୍ରଭୁଙ୍କ ଶୁଖିଲା ଭୋଗ ଓ ଫଳ ପ୍ରଦାନ କରିଥିଲେ।

ମା ମାନେ ନିଜ ଅଭିଜ୍ଞତା ବର୍ଣ୍ଣନା କରି ବିଗତ ବର୍ଷ ମାନଙ୍କ ଠାରୁ ଚଳିତ ବର୍ଷ ର ରାଇଦାମୋଦର ବା ହବିଷ ଅତ୍ୟନ୍ତ ସୁଖଦ ଓ ଶୃଙ୍ଖଳିତ ଥିଲା ବୋଲି କହିଥିଲେ। ସରକାର ଓ ପ୍ରଶାସନ ଖୁବ ଭଲ ଭାବରେ ଆମ ଦାୟିତ୍ୱ ନେବା ସହ ବୃନ୍ଦାବତୀ ପୂଜା, ସ୍ୱଛାସେବୀ ମାନଙ୍କ ସହଯୋଗ ଓ ସେବା,ମନ୍ଦିର ଓ ଠାକୁର ଦର୍ଶନ, ମହାପ୍ରସାଦ ସେବନ, ଭଜନ ପ୍ରବଚନ ଶ୍ରବଣ ଇତ୍ୟାଦି ଖୁବ ଭଲ ଥିଲା।ମାସେ କେମିତି କଟିଗଲା ଜଣା ପଡ଼ିଲା ନାହିଁ। ଘରୁ ଆସିଥିଲା ବେଳେ କେମିତି କଣ ହେବ ବୋଲି ଆଶଙ୍କା ରେ ଥିଲୁ।ଏବେ ଏଠା ଛାଡି ଗଲା ବେଳେ ମାସକର ସ୍ନେହ ମମତା କୁ ଭାବି ଦୁଖ ଲାଗୁଛି। ଇଶ୍ଵର ଙ୍କ ଆଶୀର୍ବାଦ ଥିଲେ ପୁଣି ଆର ବର୍ଷ କୁ ଆସିବୁ ବୋଲି କୋହ ଭରା କଣ୍ଠରେ କହୁଥିଲେ ମା ମାନେ। ଏପରିକି ମାସେ ରହଣି ଭିତରେ ପରସ୍ପର ମଧ୍ୟରେ ଗଢି ଉଠିଥିବା ସମ୍ପର୍କ ଦୃଷ୍ଟି ରୁ ଆଜି ନିଜ ନିଜ ଘରକୁ ଫେରିବା ବେଳେ ମା ମାନେ କାନ୍ଦି ପକାଉଥିବା ଦେଖିବାକୁ ମିଳିଥିଲା।ସମସ୍ତ ହବିଷ୍ୟାଳୀ କେନ୍ଦ୍ର ମାନଙ୍କ ରେ ମଧ୍ୟ ଅନୁରୂପ ଭାବେ ଭୋଗ ଓ ଫଳ ବଣ୍ଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଅତିରିକ୍ତ ଏସ ପି ଶ୍ରୀ ମିହିର ପ୍ରସାଦ ପଣ୍ଡା,ପୁରୀ ପୌରନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ, ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଅଜିତ କୁମାର ମହାପାତ୍ର, ଡେପୁଟି କଲେକ୍ଟର ଶ୍ରୀ ଜିତେନ୍ଦ୍ର ପାତ୍ର,ଶ୍ରୀ ରଞନ ବେହେରା, ଶ୍ରୀ ରାକେଶ କୁମାର ପଣ୍ଡା,ଶ୍ରୀ ଆଶୁତୋଷ ଦେ,ପୁରୀ ତହସିଲଦାର ଶ୍ରୀ କ୍ଷିରୋଦ ବେହେରା,
ପୁରୀ ଅତିରିକ୍ତ ପୌରନିର୍ବାହୀ ଅଧିକାରୀ ଶ୍ରୀ ମନୋଜ ବେହେରା, ସହକାରୀ ଜିଲ୍ଲାପାଳ ରାଜ ବଲ୍ଲଭ ନାୟକ, ଆରଟିଓ ଶ୍ରୀ ରବିନ ପଟ୍ଟନାୟକ ,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସରୋଜ କୁମାର ପ୍ରଧାନ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀ ଚନ୍ଦନ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ, ପ୍ରମୁଖ ଉପସ୍ଥିତ ଥିଲେ।


Share: