ମଧୁରଗଣ୍ଡ କୃଷି ସମବାୟ ସମିତି ଲିଃ ରେ ବ୍ୟାଙ୍କି ସେବା ଓ କୃଷି ଋଣ କର୍ମଶାଳା ଅନୁଷ୍ଠିତ

Share:

ବିଶ୍ଵଜିତ ପ୍ରଧାନ

କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ମଧୁରଗଣ୍ଡ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡ, ମହାକାଳପଡା ପକ୍ଷରୁ ପ୍ରାଥମିକ କୃଷି ସମବାୟ ସମିତି ସ୍ତରୀୟ ବ୍ଯାଙ୍କିଂ ସେବା ଓ କୃଷିରୁଣ କର୍ମଶାଳା ଅମେଇପାଳ ପଞ୍ଚାୟତ ମଧୁରଗଣ୍ଡ ଠାରେ ଆଜି ପବିତ୍ର ରାମନବମୀ ଅବସରରେ ଅନୁଷ୍ଠିତ ହୋଇଯାଇଛି।
ସମବାୟ ସମିତି ସଭାପତି ତପନ କୁମାର ମହପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୃଷକମାନଙ୍କୁ ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧବିହିନ କୃଷିରୁଣ ଓ ଗୋଷ୍ଠୀମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧବିହିନ ଋଣ ସହାୟତା ଦେବାର ବ୍ୟବସ୍ଥା କଟକ କେନ୍ଦ୍ର ସମବାୟ ଜରିଆରେ ଉପଲବ୍ଧ ଥିବାନେଇ କରଞ୍ଜ ସେବା ସମବାୟ ସମିତି ସହ-ସଂପାଦକ ମନୋଜ କୁମାର ନାୟକ ମୁଖ୍ଯ ବକ୍ତା ଭାବେ ଯୋଗଦେଇ ସୂଚନା ଦେଇଥିଲେ। ବ୍ଯାଙ୍କ ର ବିଭିନ୍ନ ସେବା ସମ୍ପର୍କରେ ଉପସ୍ଥିତ ଚାଷୀମାନଙ୍କୁ ସୂଚନା ଦେବାସହ ଏହି ବ୍ଯାଙ୍କ ରେ ଆକାଉଣ୍ଟ୍ ଖୋଲି ଅର୍ଥ କାରବାର କରିବା ପାଇଁ ସେ ପରାମର୍ଶ ଦେଇଥିଲେ।ମୁଖ୍ୟ ଅତିଥି ଭାବେ ମହାକାଳପଡ଼ା ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷା ସରୋଜିନୀ ସେଠୀ ଯୋଗ ଦେଇ ଋଣ ନେବା ସମୟରେ ସମସ୍ତ ବିଷୟରେ ଅବଗତ ହୋଇ ଠିକ୍ ଭାବେ ବୁଝିସୁଝି ରୁଣ ନେଇ ସଠିକ୍ଠି ବିନିଯୋଗ କରି ଠିକ୍ ସମୟରେ ଋଣ ପରିଶୋଧ କଲେ ଆର୍ଥିକ ବିକାଶ ହୋଇପାରିବ ବୋଲି ସେ ପରାମର୍ଶ ଦେଇଥିଲେ।
ସମବାୟ ସମିତି ସଂପାଦକ ମନୋରଞ୍ଜନ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ଯମାନଙ୍କ ମଧ୍ୟରେ ଯୁବ ସମାଜସେବୀ ଅଜୟ କୁମାର ମହାପାତ୍ର, ଖୁରୁଷିଆ ପଞ୍ଚାୟତର ଯୁବସରପଞ୍ଚ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ରାଉତରାୟ, ପୂର୍ବତନ ସରପଞ୍ଚ ଧୃବ ଚରଣ ସାହୁ, ପୂର୍ବତନ ସମିତି ସଭ୍ୟ ପ୍ରଦୀପ୍ତ କୁମାର ମହାପାତ୍ର, ବେନୁପାଳ ସମବାୟ ସମିତି ସଂପାଦକ ଚୌଧୁରୀ ଚିଦାନନ୍ଦ ଦାସ, ସାମ୍ବାଦିକ ପ୍ରମୋଦ ଚନ୍ଦ୍ର ସ୍ବାଇଁ, ହରିଶ୍ଚନ୍ଦ୍ର ଦାସ, ରମେଶ ଚନ୍ଦ୍ର ଦାସ, ମାନସ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ମଧୁରଗଣ୍ଡ କୃଷି ସେବା ସମବାୟ ସମିତି ସହ-ସଂପାଦିକା ସସ୍ମିତା ସେଠୀଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଚିତ୍ର ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ କର୍ମଚାରୀ ବାବାଜୀ ମହାନ୍ତି ସହାୟତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ଚାଷୀ ଯୋଗ ଦେଇଥିଲେ।


Share: