ସର୍ବଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଉଦଯାପନୀ ଉତ୍ସବରେ କେନ୍ଦୁଝର କୁ ହରାଇ କଟକ ଚାମ୍ପିଅନ

Share:

ପପୁ କୁମାର ସାହୁ

ଦେଙ୍କନାଳ :ଢେଙ୍କାନାଳ ଜିଲ୍ଲା ଭୂବନ ମିନି ଷ୍ଟାଡିୟମ୍ ରେ ଆୟୋଜିତ ରାଜ୍ଯ ସ୍ତରୀୟ ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟ ରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଟିମ୍ ଭାଗ ନେଇ ନିଜ ନିଜର ପରାକାଷ୍ଠା ପ୍ରଦର୍ଶନ କରିଥିବାବେଳେ ଫାଇନାଲ କୁ କେନ୍ଦୁଝର ର ୟୁନିକ କ୍ରିକେଟ କ୍ଲବ୍ ଓ କଟକର ବିଡାନାସି କ୍ରିକେଟ ଟିମ ଉତ୍ତିର୍ଣ୍ଣ ହୋଇଥିଲେ l ଗୁରୁତ୍ୱପୂର୍ଣ୍ଣ ଫାଇନାଲ ମ୍ୟାଚ ରେ ବିଡାନାସି କଟକ ଟିମ୍ ଉନ୍ନତ ଖେଳ ପ୍ରଦର୍ଶନ କରି 5 ୱିକେଟ ହରାଇ ବିଜୟୀ ହୋଇଛି l ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ୟୁନିକ କ୍ରିକେଟ କ୍ଲବ 24.2 ଓଭର୍ ରେ 141 ରନ୍ କରିବାରେ ସମର୍ଥ ହୋଇଥିଲା ଜାବାବ ରେ ବିଡାନାସି କ୍ରିକେଟ ଟିମ 21.5 ଓଭରରେ 143 ରନ୍ କରି ବିଜୟ ଘୋଷିତ ହୋଇଛି l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ଯ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ ମଲ୍ଲିକ ଯୋଗଦେଇ ବିଜୟ ଦଳ କୁ ଟ୍ରଫି ସହ 25 ହଜାର ଟଙ୍କା ଓ ରନର୍ସ ଅଫ ଦଳକୁ ଟ୍ରଫି ସହ 15 ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ l ଏଥି ସହିତ ରାଜ୍ୟ ସରକାର କ୍ରୀଡା କୁ ଦେଉଥିବା ପ୍ରାଧାନ୍ୟ ଉପରେ ମତ ପୋଷଣ କରିଥିଲେ l ଖୁବ୍ ଶୀଘ୍ର ଭୁବନ ରେ ଏକ ଇଣ୍ଡୋର୍ ଷ୍ଟାଡିୟମ୍ ର ଉଦଘାଟନ ହେବ ବୋଲି ସୁଚନା ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ, ଭୁବନ ନଗରପାଳ ଶୁଭେନ୍ଦୁ ସାହୁ, କ୍ଲବ ସଭାପତି ବିପିନ ସେଠି, ରାଜ୍ଯ ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ସଂଜୀବ ପୃଷ୍ଟି ପଣ୍ଡିତ ମାତୃ ପ୍ରସାଦ ମିଶ୍ର, କାଉନ୍ସିଲର ପପୁ ସାହୁ ଓ କ୍ଲବ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ


Share: