ଅମ୍ବାଦୋଳା ର ଘଣ୍ଟ ପର୍ବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ଅମ୍ବାଦୋଳା ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଗ୍ରାମଦେବତୀ ଙ୍କ ଘଣ୍ଟପର୍ବ ଯାତ୍ରା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ମାସ ଅର୍ଥାତ ଏପ୍ରିଲ 26 ତାରିଖ ରୁ ମେ 3 ତାରିଖ ପର୍ଯ୍ୟନ୍ତ ଦୀର୍ଘ 7 ଦିନ ଧରି ସ୍ଥାନୀୟ ହାଟପଦା ଠାରେ ପର୍ବ ଆୟୋଜନ ପାଇଁ ନିଷ୍ପତି ହୋଇଥିବା ଧୀରେନ୍ଦ୍ର ପାଣିଗ୍ରାହୀ ଧିରୁ ଭାଇ କହିଛନ୍ତି l ଏହି ବୈଠକ ରେ ବିଭିନ୍ନ କମିଟି ମାନ ଗଠନ କରି ସମସ୍ତି ଙ୍କୁ ସେମାନ ଙ୍କ ର ଦାୟିତ୍ୱ ଦିଆଯାଇଛି l ଦୀର୍ଘ 6 ବର୍ଷ ପର୍ଯ୍ୟନ୍ତ ଠାକୁରାଣୀ ପର୍ବ ଗାଁ କୁ ନ ଆଣିବାରୁ ବିଭିନ୍ନ ଅସୁବିଧା ମାନ ଗାଁ କୁ ଆସୁଥିଲା ସେଥିପାଇଁ ଆମେ ଗ୍ରାମବାସୀ ଏକତ୍ରିତ ହୋଇ ବୈଠକ କରି ପର୍ବ ଆଣିବା ପାଇଁ ନିଷ୍ପତି ନେଇଛୁ ବୋଲି ଧିରୁ କହିଥିଲେ l ଏହି ବୈଠକ କୁ ଧିରୁ ଭାଇ ସଭାପତିତ୍ବ କରୁଥୁବା ବେଳେ ପର୍ବ ପାଇଁ ନୂତନ କମିଟି ଗଠନ ହୋଇଛି l କମିଟି ସଭାପତି ଭାବେ ପଦ୍ମ ଗୌଡ଼, ଉପସଭାପତି ଏ ସନ୍ତୋଷ, କୋଷାଧକ୍ଷ କେ ମନୋଜ କୁମାର, ସମ୍ପଦକ ଏ ଜଗନ୍ନାଥ, ଆଚରି ଓଁ ଉପଦେଷ୍ଟା ଭାବେ ସାମ୍ବାଦିକ ରଘୁନାଥ ବେହେରା, ଭଗବାନ ପୁଞ୍ଜି, କେ ଶ୍ରୀନିବାସ ରାଓ, ବି ସିମାଞ୍ଚଳ ପାତ୍ର ଙ୍କୁ ଚୟନ କରାଯାଇଥିବା ବେଳେ ପୂଜସ୍କ ଭାବେ ରାମକୃଷ୍ଣ ପ୍ରାଧନୀ ଙ୍କୁ ଚୟନ କରାଯାଇଛି l


Share: