ସରପଞ୍ଚଙ୍କ ଉପରେ ହୋଇଥିବା ଆରୋପ ଭୀତ୍ରୀ ହୀନ କହିଲେ ସରପଞ୍ଚ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ ।

ଗଞ୍ଜାମ : ପଞ୍ଚାୟତ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ପଞ୍ଚାୟତ ଗୁଡିକରେ ରେ ରାଜନୈତିକ ଉଷ୍ମତା ସେଇ ପରିମାଣରେ ବୃଦ୍ଧି ପାଇବାରେ ଲିଗିଛି l କେହୁଠି ବିରୋଧି ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣୁଛନ୍ତି ତ କେଁହୁଠି ପଞ୍ଚାୟତ ରେ ଉନୟନ ମୂଳକ କାର୍ଯ୍ୟ ହୋଇଥିଲେ ମଧ୍ୟ ସରପଞ୍ଚଙ୍କ ବରୋଧରେ ଦୃର୍ନୀତି ଅଭିଯୋଗ ଆସୁଛି ।

ଏହି ଭଳି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଗୁଡ଼ିଆଳି ପଞ୍ଚାୟତ ରେ ଗ୍ରାମସଭା ଡାକି ସମସ୍ତ ଉନୟନ ମୂଳକ କାର୍ଯ୍ୟ ସରପଞ୍ଚ କରିଥିବା କହୁଥିବା ବେଳେ ନ୍ୟାୟ ସରପଞ୍ଚ ଓ କିଛି ୱାର୍ଡ ମେମ୍ବର ତାଙ୍କ ବିରୋଧରେ ଆଣିଛନ୍ତି ଦୁର୍ନୀତି ର ଅଭିଯୋଗ lଏ ହେଉଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଗୁଡ଼ିଆଳି ପଞ୍ଚାୟତ ।

ବିଗତ ପାଞ୍ଚବର୍ଷା ରେ ଏହି ପଞ୍ଚାୟତ ର ଲୋକଙ୍କ ଆବଶ୍ୟକତା କୁ ଦୃଷ୍ଟିରେ ରଖି ନିର୍ମାଣ ହୋଇଛି ବହୁ ଉନୟନ ମୂଳକ କାର୍ଯ୍ୟ l କେହୁଠି ଆଖିଝଲସିଲା ଭଳି ଅଟାଳିକା,କଲ୍ୟାଣ ମଣ୍ଡପ ତ କେହୁଠି ଫେବ୍ରିକ ଟାଇଲ ରାସ୍ତା,ଆଦର୍ଶ ପଖରୀ ଆଉ କେହୁଠି ନିର୍ମାଣ ଚାଲିଛି ବଜାର ଗୃହ,ମିଶନ ଶକ୍ତି ଗୃହ ଏହା ସହିତ ପଞ୍ଚାୟତ ବାସୀଙ୍କ ଲାଗି ବସୁଧା ଯୋଜନାରେ ପାନୀୟ ଜଳ ର ବ୍ୟବସ୍ତା l ଏହି ପାଞ୍ଚବର୍ଷ ମଧ୍ୟରେ ସରପଞ୍ଚ ଙ୍କ ଦ୍ୱାରା ଏହି ସବୁ ଉନୟନ ମୂଳକ କାର୍ଯ୍ୟ କରାଯଇଛି ।

ପ୍ରତ୍ୟେକ ଉନୟନ ମୂଳକ କାର୍ଯ୍ୟ ବେଳେ ପଞ୍ଚାୟତରେ ଗ୍ରାମସଭା ଡକାଯାଇ ୱାର୍ଡ ମେମ୍ବର ମାନେ ଉପସ୍ଥିତ ରହି ଏହି ଉନୟନ ମୂଳକ କାର୍ଯ୍ୟ କରାଯାଉ ଥିବା ଗ୍ରାମବାସୀ କହୁଥିବା ବେଳେ ପଞ୍ଚାୟତ ର ନ୍ୟାୟ ସରପଞ୍ଚ ଓ କିଛି ୱାର୍ଡ ମେମ୍ବର ସରପଞ୍ଚ ଙ୍କ ବିରୋଧରେ ଜିଲ୍ଲାପାଳ ଙ୍କ ନିକଟରେ ଆଣିଛନ୍ତି ଏକ ସଙ୍ଗୀନ ଅଭିଯୋଗ l ବର୍ଷେ ହେବ ପଞ୍ଚାୟତ ର ଉନୟନ ମୂଳକ କାର୍ଯ୍ୟର କୌଣସି ତଥ୍ୟ ୱାର୍ଡ ମେମ୍ବର ମାନଙ୍କୁ ନଜଣାଇ ନିଜ ଇଚ୍ଛା ମୁତାବକ ସରପଞ୍ଚ କରୁଥିବା ଅଭିଯୋଗ କହିଛନ୍ତି ନ୍ୟାୟ ସରପଞ୍ଚ l ଅନ୍ୟପଟେ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରାଯଇଥିବା ଅଭିଯୋଗ ପାତ୍ରରେ ଦସ୍ତଖତ କରିଥିବା ଦୁଇ ୱାର୍ଡ ମେମ୍ବର ଏହି ବିଷୟରେ କିଛି ଜାଣି ନାହାନ୍ତି l

ନ୍ୟାୟ ସରପଞ୍ଚ ତାଙ୍କୁ ଦସ୍ତଖତ ଆଗକୁ କହିବାରୁ ସେ ଦସ୍ତଖତ କରିଥିବା କହିଥିବା ବେଳେ ଆଗକୁ ନିର୍ବାଚନ ଥିବା କାରଣ ରୁ ଏହି ଭଳି ଭିତ୍ତିହୀନ ଅଭିଯୋଗ ତାଙ୍କ ବିରୋଧ ରେ ବିରୋଧୀ କରୁଛନ୍ତି l ଯଦି ଅଭିଯୋଗରେ କିଛି ସତ୍ୟତା ଅଛି ତେବେ ଜିଲ୍ଲାପାଳ ତଦନ୍ତ କରି ଦୋଷି ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଗୁଡ଼ିଆଳି ସରପଞ୍ଚ l


Share: