ପୋଖରୀରୁ ମିଳିଲା ବରିଷ୍ଠ ସାମ୍ବାଦିକଙ୍କ ପୁଅର ମୃତଦେହ
ଓଡିଶା ବ୍ୟୁରୋ
ଭୁବନେଶ୍ୱର :ପାତ୍ରପଡ଼ାର ଏକ ପୋଖରୀରୁ
ଯୁବକଙ୍କ ମୃତଦେହ ଉଦ୍ଧାର । ପୋଖରୀରେ ଯୁବକଙ୍କ ମୃତଦେହ ଭାସୁଥିବାବେଳେ କିଛି ଲୋକ ଏହାକୁ ଦେଖିଥିଲେ । ପରେ ଭାସମାନ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଅଭିଯୋଗ ପରେ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ଛାନଭିନ୍ ଆରମ୍ଭ କରିଛନ୍ତି ।
ମୃତଦେହ ଭାସିବା ଘଟଣାକୁ ନେଇ ବିଭିନ୍ନ ସନ୍ଦେହ ସୃଷ୍ଟି ହୋଇଛି । ଏହା ସୁଚିନ୍ତିତ ହତ୍ୟା ଘଟଣା ବୋଲି ମଧ୍ୟ ସନ୍ଦେହ କରାଯାଉଛି । ଏହି ଘଟଣା ଯେହେତୁ ତମାଣ୍ଡୋ ଥାନା ଅଞ୍ଚଳରେ ଆସୁଛି ତେଣୁ ତମାଣ୍ଡୋ ଥାନା ପୋଲିସ ଏନେଇ ତଦନ୍ତ ଚଳାଇଛି । ମିଳିଥିବା ସୂଚନା ମୁତାବକ ଯୁବକ ଜଣଙ୍କ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ(୩୦)। ସେ ଗତକାଲି ଠାରୁ ଘରୁ ନିଖୋଜ ରହିଥିଲେ।
ପରିବାର ଲୋକ ଯୁବକଙ୍କୁ ବହୁ ଖୋଜାଖୋଜି କରିବା ପରେ ପାଇନଥିଲେ। ପରେ ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। କିନ୍ତୁ ଆଜି ପାତ୍ରପଡ଼ା ଅଞ୍ଚଳର ଏକ ପୋଖରରୁ ମୃତଦେହ ଉଦ୍ଧାର କରାଯାଇ ଚିହ୍ନଟ ପରେ ପୋଲିସ ଜାଣିବାକୁ ପାଇଛି ଏହା ନିଖୋଜ ଥିବା ବ୍ୟକ୍ତି ।