ଅଟୋ ଭିତରେ ଛୁଆ ପ୍ରସବ ଘଟଣାରେ ଆଜି କରୁଣା ଟ୍ରଷ୍ଟ ଏକ ଟିମ ପହଂଚି ସର୍ଜମିନ ତଦନ୍ତ ଆରମ୍ଭ ।ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ। କାର୍ଯ୍ୟାନୁଷ୍ଠାନ କେବେ?

Share:

ଗଞ୍ଜାମରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ ।

ଗଞ୍ଜାମ ବେଗୁନିଆପଡ଼ା ବ୍ଲକ ରାହାଡା ମେଡିକାଲରେ ଡାକ୍ତର ଙ୍କ ଅବହେଳାରୁ ଅଟୋ ଭିତରେ ଛୁଆ ପ୍ରସବ ଘଟଣାରେ ଆଜି କରୁଣା ଟ୍ରଷ୍ଟର ଏକ ଟିମ ରାହାଡା ମେଡିକାଲରେ ପହଂଚି ସର୍ଜମିନ ତଦନ୍ତ ଆରମ୍ଭ କରିଛି। ଗତ ବୁଧବାର ଦିନ ରାତି ଗୋଟାଏ ସମୟରେ ଝୁନୁ ସେଠି ନାମକ ଜଣେ ପ୍ରସୂତି ରାତିରେ ମେଡିକାଲ କୁ ଆସି ଡାକ୍ତରଙ୍କୁ ଡାକି ଡାକି ନୟାନ୍ତ ହେବା ସହ ଡାକ୍ତର କବାଟ ଖୋଲି ନଥିଲେ। ଶେଷରେ ସେ ଅଟୋ ଭିତରେ ଛୁଆ ପ୍ରସବ କରିଥିଲେ । ଘଟଣା କୁ ଗଞ୍ଜାମ ସ୍ବାସ୍ଥ୍ୟ ବିଭାଗ ଗୁରୁତର ନେବା ସହ କାରଣ ଦର୍ଶାଅ ନୋଟିସ ପଠାଇ, ତଦନ୍ତ କରିବା ଲାଗି ଏକ ଟିମ ଗଠନ କରିଛି କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ଟିମ ଆସିନାହିଁ। ମେଡିକାଲରେ କରୁଣା ଟ୍ରଷ୍ଟ ମୁଖ୍ୟ ହରେକୃଷ୍ଣ ପ୍ରହରାଜ ଅଟୋ ଭିତରେ ପ୍ରସବ ହୋଇଥିବା କଥା ତଦନ୍ତରୁ ଜଣାପଡିଥିବା କହିଛନ୍ତି।ଓ ରାତିରେ ଆୟୁଷ ଡାକ୍ତର ଚାବି ଦେଇନଥିବା କଥା ମଧ୍ୟ ଜାଣିଥିଲେ।ଓ ଡାକ୍ତରଙ୍କ ଅବହେଳା ବୋଲି ମଧ୍ୟ ସ୍ୱୀକାର କରିଛନ୍ତି। ସମ୍ପୂର୍ଣ ତଦନ୍ତ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିବା ସହ ଆଗରୁ ଏହି ମେଡିକାଲ ଉପରେ ବହୁ ଅଭିଯୋଗ ଆସିଥିବା କଥା ସ୍ଵୀକାର କରିବା ସହ ପ୍ରସବ ପାଇଁ ଆସିଥିବା ମହିଳାଙ୍କ ନିକଟକୁ ଯାଇ ତାଙ୍କ ବୟାନ ଆଣିଛନ୍ତି। ଏହା ପରେ ଗଞ୍ଜାମ ସିଡିଏମଓ ଙ୍କ ନିର୍ଦ୍ଦେଶ ରେ ଆଉ ଏକ ଟିମ ଆସିବେ ବୋଲି ଜଣା ପଡିଛି। ଏହି ମେଡିକାଲ ଟି କରୁଣା ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଥିବା ବେଳେ ରୋଗୀ ମାନେ ଏଠାରୁ ମୁହଁ ଫେରାଉଥିବା ଜଣାପଡିଛି।ଏଣୁ ଅବହେଳା କରିଥିବା ଡାକ୍ତରଙ୍କ ଉପରେ ବିଭାଗ ଓ ଟ୍ରଷ୍ଟ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା।


Share: