କୋଳନରା ଠାରେ ଦୋଳଯାତ୍ରା ଆରମ୍ଭ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ଆମରି ଏହି ଓଡ଼ିଶାର ହିନ୍ଦୁଧର୍ମା ବଲମ୍ବୀ ବାର ମାସରେ ତେର ପର୍ବ ପାଳନ କରିଥାନ୍ତି l ସେଥିମଧ୍ୟରୁ ପ୍ରଭୂ ରାଧାକୃଷ୍ଣକ ଦୋଳ ଯାତ୍ରା ଓ ହୋଲି ଅନ୍ୟତମ l ଏହି ପବିତ୍ର ଦୋଳ ଯାତ୍ରା ଉପଲକ୍ଷେ ଉତ୍ସବ ମୁଖରିତ ହୋଇଉଠିଛି କୋଳନରା ସହର l କରୋନା ମହାମାରୀ ପାଇଁ ଦୀର୍ଘ ଦୁଇ ବର୍ଷ ଏହି ଯାତ୍ରା ବନ୍ଦ ରହିଥିବା ବେଳେ ଏହି ବର୍ଷ ଅତିଆଡମ୍ବର ସହିତ ଏହି ଦୋଳ ଯାତ୍ରା ତି ଦୀର୍ଘ 7 ଦିନ ଧରିଚାଳିବ l ପବିତ୍ର ଦୋଳ ପୁର୍ଣିମା ହୋଇଥିବାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ରାଧାକୃଷ୍ଣ ଙ୍କ ମନ୍ଦିର କୁ ଆସି ଭଗବାନ ଙ୍କ ଦର୍ଶନ କରି ନିଜକୁ କୃତାର୍ଥ ମନେ କରିଛନ୍ତୁ l ଏହି ଯାତ୍ରା ଉପଲକ୍ଷେ ଜନସାଧାରଣ ଙ୍କ ମନରଞ୍ଜନ ପାଇଁ 7 ଓ 8 ତାରିଖ ରର ଗଞ୍ଜାମ ଗୁଡ଼ିଆପାଲି ର ଭାରତ ଲୀଳା,9 ତାରିଖ ରେ ରାଧାକୃଷ୍ଣ ପ୍ରେମଲୀଳା,10 ତାରିଖରେ ସମ୍ବଲପୁରୀ ଡେନ୍ସ ଓ 11 ଓ 12 ତାରିଖରେ ପବିତ୍ର ରାମାୟଣ ଅନୁଷ୍ଠିତ ହେବ ବୋଲି ଦୋଳ ଯାତ୍ରା ପୂଜା କମିଟି ସଭାପତି ଆଇ ଧବଳେଶ୍ୱର ନାଇଡ଼ୁ ସମ୍ପାଦକ ରାମଚନ୍ଦ୍ର ଦୋରା ଓ ଅର୍ଗାନାଇଜେର ଜଗନ୍ନାଥ ବାବୁନି ଦୋରା କହିଛନ୍ତି l ବିଭିନ୍ନ ଅଂଚଳ ର ବ୍ୟବସାହି ମାନେ ଆସି ନିଜ ନିଜ ର ଦୋକାନ ଖୋଲିଛନ୍ତି ଓ ତହସହିତ ମିନବଜାର ମଧ୍ୟ୍ୟ ଆସିଛି l ଠିକ ସେହିପରି ରାୟଗଡା ବ୍ରାହ୍ମଣ ସାହିର ରାଧାକୃଷ୍ଣ ମନ୍ଦିର ରୁ ଯୁଗଳ ମୂର୍ତ୍ତୀ କୁ ଏକ ରଥ ରେ ନେଇ ପୂଜକ ଓ ଗୋପୀନାଥ ଗୌଡ଼ ଭକ୍ତ ଙ୍କୁ ଦର୍ଶନ କରାଇଥିଲେ l ଆଜି ରାୟଗଡା ବ୍ଲକ ଡାଙ୍ଗଲୋଡ଼ି ପଞ୍ଚାୟତ ଗୌଢ଼କୁଣ୍ଡମ୍ ଗ୍ରାମର ଜନସାଧାରଣଙ୍କ ନିମନ୍ତ୍ରଣ କ୍ରମେ ଗୌରୀ ମାଁଙ୍କ ପର୍ବ ରେ ଯୋଗ ଦେଇଥିବା ଅବସରରେ। ରାୟଗଡା ବିଜେଡିର ବରିଷ୍ଠ ସଂଗଠକ ୟାଲ୍ଲା କୋଣ୍ଡା ବାବୁ , କାଶୀ ନାଇଡ଼ୁ, ଜ଼ିଲ୍ଲା ପରିଷଦ ସଭ୍ୟ ଧବଳେଶ୍ୱର ନାଇଡ଼ୁ,ବରିଷ୍ଟ ଆଇନ ଜିବୀ ୟାଲା . ମାଧୁ, ବିରଜା ପାତ୍ର, ବିଜୁ ଯୁବ ଜନତା ଦଳର ଜିଲ୍ଲା ସମ୍ପାଦକ କେ. ଶ୍ରୀନିବାସ,ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସମ୍ପାଦକ ସନ୍ତୁ ବାବୁ, ଭି . ଗୌରୀ ଶଙ୍କର ରାଓ, କେ.ସି ପଟ୍ଟନାୟକ ଉପସ୍ଥିତି ରହି ଗୌରୀ ମାଁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ l


Share: