ମନ୍ଦିରରୁ ଚୋରି ଘଟଣାରେ 3 ଗିରଫ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଜଗମୋହନ ଗ୍ରାମର ଦୁଇଟି ମନ୍ଦିର ରୁ ଗତ ରବିବାର ରାତ୍ର ରେ କିଛି ଦୃବୁଦ୍ଧ ଗେଟ ଭାଙ୍ଗି ସୁନା ଓ ରୁପା ଅଳଙ୍କାର ଚୋରି କରି ନେଇଥିବା ନେଇ ଧରାକୋଟ ଥାନା ରେ ମନ୍ଦିର ପରିଚାଳନା କମିଟି ଓ ଗ୍ରାମ ବାସୀ ଅଭିଯୋଗ ହୋଇଥିଲା ।

ଅଭିଯୋଗ ଆଧାର ରେ ଥାନା କେସ ନଂ 142/22 ରେ ଏକ ଚୋରି ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଗତକାଲି ପୋଲିସ ଡ଼ଗ ସ୍କୁଆଡ଼ ମଧ୍ୟମରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି 3 ଅଭିଯୁକ୍ତ ଙ୍କୁ ଗିରଫ କରିବା ସଫଳ ହୋଇଛି l ଏହା ସହିତ ଅଭିଯୁକ୍ତ ମାନଙ୍କ ନିକଟରୁ ଚୋରି ଅଳଙ୍କାର କୁ ଜବତ କରି ମନ୍ଦିର କତୃପକ୍ଷ କୁ ହସ୍ତାନ୍ତର କରିଛି ପୋଲିସ l


Share: