କୋଦଳା ଏନଏସି ରେ “ମୁକ୍ତା ଯୋଜନା ଘୋଟଲା ଘଟଣା “

Share:

ଜାଲିଆତି ହୋଇଥିବାପ୍ରମାଣିତ
ରଦ୍ଦ ପାଇଁ ନିର୍ଦ୍ଦେଶ ଦେଲେ ନିର୍ବାହୀ ଅଧିକାରୀ

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ -କୋଦଳାଧରାପଡ଼ିଲା ମୁକ୍ତା ଯୋଜନା ର “ବର୍ଷା ଜଳ ସଂରକ୍ଷଣ ” କାର୍ଯ୍ୟାଦେଶ ର ଘୋଟାଲା ! ନିର୍ବାହୀ ଅଧିକାରୀଙ୍କ ପତ୍ର ପ୍ରକାରେ ତହସିଲ କାର୍ଯ୍ୟଳୟ କର୍ମଚାରି କୋଦଳା ର ପ୍ରତ୍ୟକ ୱାର୍ଡ ବୁଲି କାର୍ଯ୍ୟାଦେଶ ପାଇଥିବା ସମସ୍ତ ଗ୍ରୁପ ନିକଟକୁ ଯାଇ ସେମାନଙ୍କ ୱାର୍କଅର୍ଡର ଯାଞ୍ଚ କରି ଜେରକ୍ସ କପି ସଂଗ୍ରହ କରି ନିର୍ବାହୀ ଅଧିକାରୀଙ୍କୁ ହସ୍ତାନ୍ତର କରିଥିବା ଜଣା ପଡିଛି !ଏହାକୁ ନେଇ ଏନଏସି ନିର୍ବାହୀ ଅଧିକାରୀ ନିଜର ଦସ୍ତଖତ ଥିବା ୱାର୍କ ଅର୍ଡର ରେ ଧଳା ଇରେଜର ମାରି ପୁଣି ଅନ୍ୟ ଗୋଟିଏ ଗ୍ରୁପ ନାମରେ ଲେଖାଯାଇଥିବା ଦେଖିଥିଲେ !ଏଥିରେ ଜାଲିଆତି ହୋଇଥିବା ସ୍ୱଷ୍ଟ ପ୍ରମାଣ ପାଇବା ପରେ କାର୍ଯ୍ୟାଳୟ ଚିଠି ସଂଖ୍ୟା 1437 ପ୍ରକାରେ ସମସ୍ତ ବିବାଦୀୟ ୱାର୍କଅର୍ଡର ଯେଉଁଥିରେ (ଧଳା ଇରେଜର) ମରାଯାଇ ଟେମ୍ପରିଙ୍ଗ କରାଯାଇଛି ତାକୁ ରଦ୍ଦ କରାଗଲା ବୋଲି କହିଛନ୍ତି ତତ ସହିତ ଅନ୍ୟ ଏକ ଚିଠି no 1431 ପ୍ରକାରେ ମୁକ୍ତା ଯୋଜନା ରେ ଅନିୟମିତତା ପାଇଁ ବହିସ୍କୃତ ହୋଇଛନ୍ତି ସଂଯୋଜକ ମାନସ ରଞ୍ଜନ ଦାଶ ଓ ଯନ୍ତ୍ରୀ ଦୁର୍ଗା ପ୍ରସାଦ ସାହୁ!ଯେ ପର୍ଯ୍ୟନ୍ତ ସରକାରଙ୍କ ନିକଟରୁ ଅନ୍ୟାଦେଶ ମିଳିନାହିଁ ସେ ପର୍ଯ୍ୟନ୍ତ ଇମ୍ପ୍ଲିମେଣ୍ଟ ଏକ୍ସପୋର୍ଟ ଦାଇତ୍ୱ ରେ ଏନଏସି ର ସହାୟକ ଯନ୍ତ୍ରୀ ସୁଧାକର ଦାଶ ଙ୍କୁ ଅତିରିକ୍ତ ଦାଇତ୍ୱ ପ୍ରଦାନ କରିଥିବା ନେଇ ଉଲ୍ଲେଖ ଅଛି ! ଏହାକୁ ନେଇ ଦାଇତ୍ୱ ନେଇଥିବା ଏଇ ସୁଧାକର ଦାଶ ଙ୍କୁ ପଚାରିବାରୁ ସେ କହିଥିଲେ ଯେ ନିର୍ବାହୀ ଅଧିକାରୀ ଯେଉଁ ଦାଇତ୍ୱ ଦେଇଛନ୍ତି ସଠିକ ଭାବେ ତୁଲାଇବି, ଦୁର୍ନୀତି କୁ ପ୍ରଶ୍ରୟ ଦେବିନାହିଁ !
ପ୍ରକାଶ ଥାଉ କି କୋଦଳା ଏନଏସି ମୁକ୍ତା ଯୋଜନା (2.0 )ରେ 60 ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନିର୍ବାହୀ ଅଧିକାରୀଙ୍କ ଦସ୍ତଖତ ଥିବା କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ବେଳେ ସେଥି ମଧ୍ୟରୁ କିଛି କାର୍ଯ୍ୟାଦେଶ କୁ ଧଳାସିରା ମରାଯାଇ ଅନ୍ୟ ଗ୍ରୁପ ନାମରେ ଲେଖି ବଣ୍ଟାଯାଇଥିବା ନେଇ ଖବର ମିଳିବା ପରେ ନିର୍ବାହୀ ଯନ୍ତ୍ରୀ ତଥା କୋଦଳା ତହସିଲଦାର ସଶ୍ମିତା ଶତପଥୀ ଆକ୍ସନ ମୁଡ଼ ରେ ପହଞ୍ଚିଥିଲେ !ସେ ନିଜେ ଏହାର ତନାଘନ କରି କିଛି ସୁରାକ ପାଇ ମୁକ୍ତା ବିଭାଗ ର ସଂଯୋଜକ ମାନସ ରଞ୍ଜନ ଦାଶ ଓ ଯନ୍ତ୍ରୀ ଦୁର୍ଗା ପ୍ରସାଦ ସାହୁ ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ !ଦୁର୍ଗା ପ୍ରସାଦ ସାହୁ ସହଯୋଗ କରିଥିବା ବେଳେ ମାନସ ରଞ୍ଜନ ଛୁଟି ରେ ଚାଲିଯାଇଥିଲେ !ଏହାର ସତ୍ୟାସତ୍ୟ ଜାଣିବା ପାଇଁ ନିର୍ବାହୀ ଅଧିକାରୀ ଉଚ୍ଚ ସ୍ତରୀୟ ତଦନ୍ତ କର!ଇ ଥିଲେ ଓ ପିଡି ଡୁଡା ର ଏକ ଟିମ ମଧ୍ୟ ଆସି ତଦନ୍ତ କରି ଫେରିଥିଲେ ପରେ ପରେ ଦୁଇ ବିବାଦୀୟ ଅଧିକାରୀ ଟରମିନେଟ ନିର୍ଦ୍ଦେଶ ପାଇଥିଲେ ଯାହା କି ଗତକାଲି ସମସ୍ତ ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା !କିନ୍ତୁ ମୁକ୍ତା ବିଭାଗ ର ଏହି ଦାୟିତ୍ୱବାନ ଦୁଇ ଯୁବ ଅଧିକାରୀ କାହିଁକି ଏବଂ କାହା ନିର୍ଦ୍ଦେଶ ରେ ଏପରି ହିନକାର୍ଯ୍ୟ କଲେ ତାହା ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି !ବର୍ତ୍ତମାନ ପର୍ଯ୍ୟନ୍ତ ଅନୁମୋଦନ ଆବେଦନ ରେ ନାମ ଥିବା କିଛି ଗ୍ରୁପ ୱାର୍କ ଅର୍ଡର ପାଇନଥିବା ନେଇ ଯାଞ୍ଚ କରୁଥିବା ଅଧିକାରିଙ୍କୁ ପ୍ରକାଶ କରିଛନ୍ତି

କୋଦଳା ର ସବୁ ଛକ ରେ ଶୁଣିବାକୁ ମିଳୁଛି ଜଣେ ନବ ନିର୍ବାଚିତ ପ୍ରତିନିଧିଙ୍କ ସ୍ୱାମୀ,ଏଥିରୁ ଜଣେ କର୍ମଚାରୀଙ୍କୁ ହାତଵାରିଷି କରି ନିଜ ଘରକୁ କିଛି ସଙ୍ଘ କୁ ଡାକି ଇଚ୍ଛାମୁତାବକ ଧଳା ଇରେଜର ମାରି ୱାର୍କ ଅର୍ଡର ଦେଉଥିଲେ ଯାହାକି ଆଜି ଦୁଇ ଦୁଇଟି ନିରୀହ କର୍ମଚାରୀଙ୍କ ପାଇଁ ବୁମେରା ହେଲା, ଏମାନେ ସର୍ବସାଧାରଣ ରେ ବଳିପଡିଗଲେ !


Share: