ମରଣ ଯନ୍ତା ପାଲଟିଛି ଆରଡ଼ି ରାସ୍ତା ରୁ ମିନାଝୋଲା ଶୈବ ପୀଠ ପର୍ଯ୍ୟନ୍ତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ଜ଼ିଲ୍ଲାର ଚନ୍ଦ୍ରପୁର ଓ ଗୁଡାରି ସୀମାନ୍ତ ହନୁମନ୍ତପୁର ପଂଚାୟତ ର ବେଲମଗୁଡା ନିକଟରେ ମୀନକେତନ ଭଗବାନ ଶୈବ ପୀଠ ମିନାଝୋଲା ଅବସ୍ଥିତ l ଏହି ଶୈବ ପୀଠ କୁ ସରକାର ପର୍ଯ୍ୟଟନସ୍ଥଳୀ ର ମାନ୍ୟତା ଦେଇଛନ୍ତି l ପ୍ରତି ବର୍ଷ ଏହିଠାରେ ମହାଶିବରାତ୍ରି ପାଳିତ ହୋଇଥାଏ l ଶିବରାତ୍ରି ଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ଏହି ଠାରେ ହୋଇଥାଏ l ବିଡମ୍ବନା ର ବିଷୟ ଏହିକିଯେ ଆରଡ଼ି ରାସ୍ତା ଠାରୁ ମିନାଝୋଲା ଶୈବ ପୀଠ ପର୍ଯ୍ୟନ୍ତ ଦୁଇ କିଲୋମିଟର ରାସ୍ତା ମରଣ ଯନ୍ତା ପାଲିଟିଛି l ଏହି ରାସ୍ତାରେ ମୋଟର ଗାଡି ଯିବା ତ ଦୂରର କଥା ମଣିଷ ଚାଲି ଚାଲି ଜୀବମଧ୍ୟ କଷ୍ଟକର l ଏହି ରାସ୍ତାରେ ମୋଟର ସାଇକେଲ ଯାତ୍ରୀଙ୍କୁବାହୁ ଅସୁବିଧା ସହିତ ଦୁର୍ଘଟଣା ମାନ ଘଟୁଛି l ଆଉ ଅଳ୍ପ ଦିନପରେ ଅନୁଷ୍ଠିତ ହେଵାକୁଯାଉଛି ମହାଶିବାରାତ୍ରି ମେଳା l ଦୀର୍ଘ ଦୁଇ ବର୍ଷ ଧରି କରୋନା ମହାମାରୀ ଯୋଙ୍ଗୁ ଏହି ଶୈବ ପୀଠ ରର ଶିବରାତ୍ରି ହୋଇପାରିନଥିଲା ଏହି ବର୍ଷ ଶିବରାତ୍ରି ଅନୁଷ୍ଠିତ ହେବାକୁ ଯାଉଥିବାରୁ ଆଶା ଠାରୁ ଅଧିକ ଭକ୍ତ ଙ୍କ ଜନସମାଗମ ହେବାର ସମ୍ଭାବନା ରହିଛି l କିନ୍ତୁ ଦୁଃଖର ବିଷୟ ଏହି ଠାକୁ ଆସୁଥିବା ଜନସାଧାରଣ ଙ୍କ ପାଇଁ ରହଣି ସମୟ ରେ ବିଜୁଳି କି ପାନୀୟ ଜଳ ର ବ୍ୟବସ୍ତା କରାଯାଉନଥିବାର ଅଭିଯୋଗ ମାନ ହେଉଛି l ଦେଶ ସ୍ୱାଧୀନ ହୋଇକି 77 ବର୍ଷରୁ ଉର୍ଦ୍ଧ ହେଲାଣି କିନ୍ତୁ ଶୈବ ପୀଠ କୁ ସ୍ଥାହୀ ବିଜୁଳି କି ପାନୀୟ ଜଳ ର ବ୍ୟବସ୍ତା ହୋଇ ପାରିନି l ଲକ୍ଷଧିକ ଜନସାଧାରଣ ଙ୍କ ପାଇଁ ଦୁଇ କିମ୍ବା ତିନି ଟେଙ୍କର ରେ ପାନୀୟ ଜଳ ଯୋଗାଇ ଚୁପ ରହୁଛନ୍ତି l ଗତ 2 ତାରିଖରେ ଏହି ଶୈବ ପୀଠ ରୁ ତିନିନଦୀର ସଙ୍ଗମ ସ୍ଥଳ ରୁ ପାଣିସଂଗ୍ରହ କରି ଚଇତି ପରବ ର ଶୁଭାରମ୍ଭ କରାଯାଇଥିଲା l ଏହି ସମୟ ରେ ଲୋକସଭା ସାଂସଦ,ବିଧାୟକ, ମନ୍ତ୍ରୀ, ଜ଼ିଲ୍ଲା ସ୍ତରୀୟ ପ୍ରଶାନିକ ଅଧିକାରୀ, ଜ଼ିଲ୍ଲାପାଳ, ପୋଲିସ ଆରକ୍ଷୀ ଅଧକ୍ଷ ଉପସ୍ଥିତ ଥିଲେ l ଜନସାଧାରଣ ଏହି ଦୁଇ କିଲୋମିଟର ରାସ୍ତା ନିର୍ମାଣ ଓ ସ୍ଥାହୀ ବିଜୁଳି ବ୍ୟବସ୍ତା ଶିବରାତ୍ରି ପୂର୍ବରୁ କରିବା ପାଇଁ କହିଥିଲେ l ବିଧାୟକ, ମନ୍ତ୍ତୀ, ଜ଼ିଲ୍ଲାପାଳ ସମସ୍ତେ ପ୍ରତିଶୃତି ଦେଉଥିଲେ ରାସ୍ତାକାମ ସମ୍ପୂର୍ଣ୍ଣ କରାଯିବ ବୋଲି କିନ୍ତୁ ଆଜି 28 ତାରିଖ ପର୍ଯ୍ୟନ୍ତ ଏହି ରାସ୍ତା ର ଅବସ୍ଥା ଯଥା ପୂର୍ବମ ତଥା ପରମ ଅବସ୍ଥାରେ ରହିଛି l ଠିକ ସେହିପରି ମିନାଝୋଲା ଠାରେ ବିଧାୟକ ପାଣ୍ଠି ରୁ ନିର୍ମିତ କମ୍ୟୁନିଟ ହଲ 2021 ରୁ ଆରମ୍ଭ ହୋଇ ତାହା ମଧ୍ୟ୍ୟ ସମ୍ପୂର୍ଣ୍ଣ ହୋଇନାହିଁ l ଏଥିପାଇଁ କାହାରି ଆନ୍ତରିକତା ନାହିଁ ମିନାଝୋଲା ଉନ୍ନତି ପାଇଁ କେବଳ କୁମ୍ଭୀର କାନ୍ଦଣା ଦେଖିବାକୁ ମିଳୁଛି l ବିଧାୟକ ମନ୍ତ୍ରୀଙ୍କ ସମତେ ରାଜନେତା ଓ ଜ଼ିଲ୍ଲା ପ୍ରସାଶନ ଶିବରାତ୍ରି ପୂର୍ବରୁ ଏହି ରାସ୍ତା କାମ ନିର୍ମାଣ ସମ୍ପୂର୍ଣ୍ଣ ସହିତ ବିଜୁଳି ବ୍ୟବସ୍ତା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରୁଛନ୍ତି l ଚନ୍ଦ୍ରପୁର ପ୍ରେସ କ୍ଳବ ର ସଭାପତି ପ୍ରମୋଦ ସାହୁକାର ଙ୍କ ନେତୃତ୍ୱ ରେକ୍ଳବ ର ସଦସ୍ୟ ମାନେ ଅତି ସୁନ୍ଦର ଭାବେ ଏହି ଶିବରାତ୍ରି ପାଳନ ପାଇଁ ବୈଠକ କରି ବିଭିନ୍ନ ଯୋଜନା ମାନ କରିଛନ୍ତି l ଭକ୍ତ ଙ୍କ ପାଇଁ ସ୍ଥାନେ ସ୍ଥାନେ ପାନୀୟ ଜଳ ବ୍ୟବସ୍ତା କରାଯିବ ବୋଲି ସାହୁକାର କହିଛନ୍ତି


Share: