ଅବକାରୀ ଚଢ଼ାଉ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ପୁରୀ :ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ପିପିଲି ଅବକାରୀ ଥାନା ଉପ-ନିରୀକ୍ଷକ ଶ୍ରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ପିପିଲି ଥାନା ଅଧୀନ ଜୟପୁ୍ରଶାସନ କିଲ୍ଲାସ୍ଥିତ ହନୁମାନ ମନ୍ଦିର ନିକଟରେ ଚଢ଼ାଉକରି ରଞ୍ଜନ ଦାସ ,ବୟସ -23ବର୍ଷ, ପିତା-ଅକ୍ଷୟ ଦାସଙ୍କୁ ଗିରଫ କରି ତାଙ୍କ ଠାରୁ 165 ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ଜବତ ହେଲା ଏବଂ ପିପିଲ ଅବକାରୀ ଥାନା କେସ ନଂ -68/22-23 ରୁଜୁ କରି କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କlରଗlରକୁ ପଠାଯାଇଛି. ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 16,50,000/-ଟଙ୍କାରୁ ଉର୍ଦ୍ଧ ହେବ. ଏହି ଚଢ଼ାଉରେ ଅବକାରୀ ASI ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ନାୟକ,କର୍ମଚାରୀ ଶ୍ରୀମତି ସବିତା ସାହୁ,ଆଶିଷ ପ୍ରଧାନ,ଦୀନବନ୍ଧୁ ବାରିକ, ତପନ ପ୍ରଧାନ,ସେକ ୱାରିସ, ପ୍ରମୁଖ ସାମିଲ ଥିଲେ.


Share: