ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ମହିଳା ଦିବସ ପାଳିତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ପବିତ୍ର ହୋଲି ଉତ୍ସବ ଦିବସରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ରାୟଗଡ଼ା ର ଗୋଲ୍ଡେନ ଜୁବୁଲି ହଲ୍ ରେ ମହାବିଦ୍ୟାଳୟ ର 2 ଓଡିଶା ବାଳିକା ସମର ଶିକ୍ଷାର୍ଥୀ ବାହିନୀ, ଏବଂ ବାଳିକା ନିବାସ ଅନ୍ତର୍ଗତ ବାଳିକା ଙ୍କ ସହଯୋଗ ରେ ମହିଳା କକ୍ଷର ସନଯୋଜିକା ତଥା ମୁଖ୍ୟ ଆବାହିକା ଶ୍ରୀମତୀ ବବିଲତା ସରାଫ୍ ଙ୍କ ପୌରହିତ୍ୟ ରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ସମ୍ମାନୀତ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ପ୍ରସନ୍ନ କୁମାର ଗନ୍ତାୟତ ଙ୍କ ସହ ମୁଖ୍ୟ ଅତିଥି ଭାବେ ପୌରପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଶୁଭ୍ରା ପଣ୍ଡା ଏବଂ ବିଶିଷ୍ଟ ଅତିଥି ଭାବେ ମେଡିସିନ ସେସ୍ପାଲିଷ୍ଠ ଡଃ ସଂଜ୍ଞା ଦାସ ଯୋଗଦାନ କରି ମହିଳା ଦିବସ ର ଆବଶ୍ୟକତା ସହ ସମାଜ ଓ ସଂସ୍କୃତି ରେ ମହିଳା ଙ୍କ କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରିଥିଲେ , ଅର୍ଚ୍ଚନା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ, କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟାପକ ତଥା ଅଧ୍ୟାପିକା ଏବଂ ଜାତୀୟ ଏନ ସି ସି କ୍ୟାଡେଟ୍ସ ଏବଂ ଛାତ୍ରୀମାନଙ୍କୁ ନେଇ କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିଲା ,


Share: