ବାଲି ଯାତ୍ରା ହେଲା ଜୀବନ ର ଶେଷ ଯାତ୍ରା

Share:

ନିତ୍ୟସୁନ୍ଦର ଜେନା ସ୍ୱତନ୍ତ୍ର ପ୍ରତିନିଧି

କେନ୍ଦ୍ରାପଡ଼ା :କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କରଞ୍ଜ ଗ୍ରାମ ର ଦୁଇ ଜଣ ଯୁବକ ରଞ୍ଜନ ଶତପଥୀ ଙ୍କର ପୁତ୍ର ମହେନ୍ଦ୍ର ଶତପଥୀ ଓ କରୁଣାକର ଦାସ ଙ୍କର ପୁତ୍ର ଚତୁର୍ଭୁଜ ଦାସ ଗତକାଲି ବିଳମ୍ବିତ ରାତିରେ ପାରାଦ୍ଵୀପ ରୁ
ବାଲିଯାତ୍ରା ଦେଖି ଏକ ବାଇକ୍ ଯୋଗେ ଘରକୁ ଫେରୁଥିଲେ ଜାତୀୟ ରାଜପଥ ର କଳାଗଡ -ଜୟଚଦ୍ରପୁର ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ୍ୟୁ ବରଣ କରି ଅଛନ୍ତି ଦୁଇ ଜଣ ଙ୍କ ମଧ୍ୟ ରୁ ଜଣେ ରାସ୍ତା ର ତଳକୁ ଖସି ପଡ଼ିଥିବା ବେଳେ ଆଉ ଜଣେ ରାସ୍ତା ଉପରେ ପଡିରହିଥିବା ର ଦେଖି ବାକୁ ମିଳିଅଛି ପାଖରେ ମଧ୍ୟ ଚଳାଉଥିବା ବାଇକ୍ ଟି ମଧ୍ୟ ପଡ଼ିରହିଥିଲା ବିଳମ୍ବିତ ରାତିରେ ଘଟଣା ଟି ଘଟିବାରୁ ଲୋକ ମାନେ ଜାଣିପାରିନଥିଲେ ସକାଳୁ ଖବର ଟି ଚାରିଆଡ଼େ ବ୍ୟାପିଯିଵାରୁ ଏହି ଅଞ୍ଚଳ ର ଲୋକ ମାନଙ୍କ ଭିତରେ ଶୋକରଛାୟା ଖେଳିଯାଇଥିଲା କାରଣ ମୃତ୍ୟୁ ବ୍ୟକ୍ତି ଦୁଇ ଜଣ ଯାକ ଯୁବକ ଥିଲେ ! ପୋଷିଲା ପୁଅ ଙ୍କର ଅକାଳ ବିୟୋଗ ରେ ଦୁଇଟି ପରିବାର ଦୁଃଖ ରେ ଭାଙ୍ଗି ପଡିଅଛନ୍ତି ମାର୍ଶାଘାଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଅଛନ୍ତି


Share: