ଝିଗିଡି ସେବାଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ବିଷମକଟକ ବ୍ଲକ ଅନ୍ତର୍ଗତ ଝିଗିଡି ଗ୍ରାମ ପଞ୍ଚାୟତରେ ଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗର ସରକାରୀ ସେବାଶ୍ରମ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପି ଶ୍ରୀନିବାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେମୁଖ୍ୟ ଅତିଥି ଅତିଥି ଭାବେ ଶ୍ରୀଜଗନ୍ନାଥ ସାରକା ମାନ୍ୟବର ମନ୍ତ୍ରୀ ଆଦିବାସୀ ହରିଜନ ତଥା ପଛୁଆ ବର୍ଗ ଉନୟନ ଓ ଆଇନ ବିଭାଗ ଓଡିଶା ସରକାର ମୁଖ୍ୟଅତିଥି ଭାବେ, ଜ଼ିଲ୍ଲା ମଙ୍ଗଳ ବିଭାଗ ଶିକ୍ଷା ପରିଦର୍ଶକ ଶ୍ରୀ ଶ୍ୟାମ ଘନ ଭୂୟାଁ, ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ଝିଗିଡି ସରପଞ୍ଚ ଅଜିତ ସାରକା ଓ ସ୍କୁଲ ପରିଚାଳନା କମିଟି ସଭାପତି ପୂର୍ଣ୍ଣ ପୀଡିକାକା , ଅଶୋକ ଶତପଥୀ ଜ଼ିଲ୍ଲା ମଙ୍ଗଳ ଅଧିକାରୀ, ବ୍ଲକ ଅଧକ୍ଷା ଯୋଶଡା ହୁଇକା ବ୍ଲକ ଉପାଦକ୍ଷ ଦେବି ପ୍ରସାଦ ପଟ୍ଟନାୟକ ଓ ଉପଦେଷ୍ଟା ଏସ ଟି ଏସ ସି ବିଭାଗ ଶ୍ରୀ ପୃଥିବୀ ରାଜ ସାହୁ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ଦ୍ୱୀପ ପ୍ରଜ୍ୱଳନ କରାଜାଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ lପରେ ଅତିଥି ପରିଚୟ ଏବଂ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ପରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ପ୍ରଧାନ ଶିକ୍ଷକ ପି ଶ୍ରୀନିବାସ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାର୍ଥୀ ମାନଙ୍କ ଲୁକ୍କାୟିତ ପ୍ରତିଭା ଚୟନ ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ପାଠପଢା ସହିତ କ୍ରୀଡ଼ାରେ ଜଡିତ ରହିଲେ ଛାତ୍ରଛାତ୍ରୀ ମାନଙ୍କ ମୌଖିକ ବିକାଶ ହେବା ସହ କଠିନ ପରିଶ୍ରମ ହିଁ ଜୀବନରେ ସଫଳତା ଆଣିଦେଇଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ସାରକା ନିଜ ଅଭିଭାଷଣରେ କହିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଅନୁସୂଚିତ ଜନଜାତି ପିଲାଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ସମ୍ପର୍କରେ ଅନ୍ୟ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଶ୍ରୀ ଭୂୟାଁ ନିଜ ବକ୍ତବ୍ୟ ରେ କହିଥିଲେ ଯେ ଏହି ଛାତ୍ର ଛାତ୍ରୀ ମନେ ଦେଶ ର ଭବିଷ୍ୟତ ନାଗରିକ ତେଣୁ ତୁମେ ମନେ ପାଠ ପଢିବା ସହିତ ଖେଳ କୁଦରେ ଏହି ସ୍କୁଲର ନାମ ଯେପରି ରହିବ ଚେଷ୍ଟା କର ତମ ପଛରେ ସରକାର ତୁମର ଭବିଷ୍ୟତ ପାଇଁ ବହୁତ କିଛି ପଦକ୍ଷେପ ନେଇଛନ୍ତି ବୋଲି କହିଥିଲେ l ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ ଶତପଥୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଦିବାସୀ ଓ ହରିଜନ ପିଲାମାନେ କିପରି ଭଲଭାବେ ପାଠ ପଢିବେ ସେଥିପାଇଁ ବହୁତ ପଦକ୍ଷେପ ନେଇଛନ୍ତି ବୋଲି କହିଥିଲେ l ଗତ ହୋକି ବିଶ୍ୱକପ ଖେଳ ସମୟରେ ପ୍ରତ୍ୟେକ ମଙ୍ଗଳ ବିଭାଗ ହଷ୍ଟେଲ ର ଛାତ୍ର ଛାତ୍ରୀ ମନେ କିପରି ହୋକି ଖେଳ ଦେଖିବା ସହିତ ଖାଇବା ପାଇଁ ଚିକେନ ବ୍ୟବସ୍ଥା କରିବା ପାଇଁ ନିର୍ଦେଶ ଦେଇଥିଲେ ବୋଲି କହିଥିଲେ l ହଷ୍ଟେଲ ର ଛୋଟ ଛୋଟ ଅସୁବିଧା ଦୂର ପାଇଁ ପ୍ରତ୍ୟେକ ମଙ୍ଗଳ ବିଭାଗ ର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ହାତ ପାଣ୍ଠି ଖର୍ଚ୍ଚ ପାଇଁ ଦୁଇ ଲକ୍ଷ୍ୟ ଟଙ୍କା ଦେଇଛନ୍ତି ବୋଲି କହିଥିଲେ lଏହି ଅବସରରେ ବିଭିନ୍ନ କ୍ରୀଡ଼ାରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରି ଉତ୍ସାହିତ କରିଥିଲେ। ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ଏହି ଉତ୍ସବ ରେ ଉପସ୍ଥିତଅତିଥି ଓ ଜନସାଧାରଣ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। କରୋନା ମହାମାରୀ ପରେ ଆଜି ସ୍କୁଲରେ ଯେଉଁ କ୍ରୀଡା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ସେଥିରେ ଛାତ୍ର ଛାତ୍ରୀ ଓ ସ୍କୁଲ ର କର୍ମଚାରୀ ବହୁ ଆନନ୍ଦିତ ଥିବାର ଦେଖାଯାଇଥିଲା lଖେଳପଡ଼ିଆ ସାଙ୍ଗ କୁ ବିଭିନ୍ନ ସମସ୍ୟା ନେଇ ପ୍ରଧାନ ଶିକ୍ଷକ ମନ୍ତ୍ତୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଏହି ବାର୍ଷିକ ଉତ୍ସବ ରେ ନିମନ୍ତ୍ରିତ ଅତିଥି ଭାବେ ବରିଷ୍ଠ ବରିଷ୍ଠ ବିଜେଡି ନେତା ନାନୁ ପଣ୍ଡା, ୟୁବ ନେତା ପପୁ ବେହେରା, ଝିଗିଡି ସମିତି ସଭ୍ୟା ସାବିତ୍ରୀ ପୀଡିକାକା, ନାଇବ ସରପଞ୍ଚ ନୀଳାଇ ପୀଡିକାକା ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସା ହିତ କରିଥିଲେ l ଏହି ସ୍କୁଲର ଛାତ୍ର ଛାତ୍ରୀ ମାନେ ଜ଼ିଲ୍ଲା ସ୍ତରୀୟ ସରିଗୀଫୁଲ କାର୍ଯ୍ୟକ୍ରମ ରେ ଭାଗ ନେଇ କୃତ କାର୍ଯ୍ୟ ହୋଇଥିବା ରୁ ଅତିଥି ମନେ ଶିକ୍ଷକ ଓ ଛାତ୍ର ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ lଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ଶିକ୍ଷକ ତିରୁପତି hikokavମଞ୍ଚ ପରିଚାଳନା କରିଥିବା ବେଳେବେଳେ ଏହି ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ ତଥା ଅନ୍ୟ କର୍ମଚାରୀ ଉପସ୍ଥିତ ରହି ରହି ବାର୍ଷିକ ଉତ୍ସବ ରେ ସହଯୋଗ କରିଥିଲେ। ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ କେରେଡା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ତିରୁମାଲା ପ୍ରସାଦ ଯୋଗ ଦେଇଥିଲେ l


Share: