କପାପଦର ଏସ ଏସ ଡି ବିଭାଗ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ବିଷମକଟକ ବ୍ଲକ ଅନ୍ତର୍ଗତ କପାପଦର ସଦର ଗ୍ରାମ ପଞ୍ଚାୟତରେ ଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗର ସରକାରୀ (ଏସ୍. ଏସ୍. ଡି) ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ସୁରେଶ ଚଦ୍ର ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ଅନୁସୂଚିତ ଜାତି ଓ ଜନଜାତି ପଛୁଆ ବର୍ଗ ଉନ୍ନୟନ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଷମକଟକ ପଞ୍ଚାୟତ ସମିତି ଅଧକ୍ଷା ଯୋଶଦା ହୁଇକା , ଜ଼ିଲ୍ଲା ପରିଷଦ ସଭ୍ୟା ବିଜୟ ଶାନ୍ତି କୁମ୍ବ୍ରିକା, ସ୍କୁଲ ର ପ୍ରାଣ ପ୍ରତିଷ୍ଠା ଶ୍ରୀଧର,ସ୍ଥାନୀୟ ସମିତି ସଭ୍ୟ ନାଗେଶ୍ୱର, ସ୍କୁଲ ପରିଚାଳନା କମିଟି ସଭାପତି ଟିସୁରୁ ମଣ୍ଡିକା , ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ, ଶ୍ୟାମଘନ ଭୂୟାଁ ମଙ୍ଗଳ ବିଭାଗ ଶିକ୍ଷା ପରିଦର୍ଶକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ଦ୍ୱୀପ ପ୍ରଜ୍ୱଳନ କରାଗଲା ପରେ ଅତିଥି ପରିଚୟ ଏବଂ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ପରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ପ୍ରଧାନ ଶିକ୍ଷକ ସୁରେଶ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ ଓ ଏହି ସ୍କୁଲରୁ ବହୁ ମେଧାବୀ ଛାତ୍ର ଛାତ୍ରୀ ବାହାରି କିଏ ପ୍ରସାଶନିକ ଅଧିକାରୀ, ଉଚ୍ଚ ପଦ ପଦବୀରେ ରେ ଏହି ସ୍କୁଲ ରେ ମାନ ବୃଦ୍ଧି କରିଛନ୍ତି ବୋଲି ଓ ଜ଼ିଲ୍ଲା ଓ ରାଜ୍ୟ ସ୍ତରୀୟ ସରଗିଫୁଲ କାର୍ଯ୍ୟକ୍ରମ ରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି l ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ବାବୁ ଏହି ସ୍କୁଲ ର ଉନ୍ନତି ପାଇଁ ଯେଉଁ କାମ କରିଛନ୍ତି ଆଜି ଏହି ସ୍କୁଲ ଏକ ମୋଡେଲ ସ୍କୁଲ ଭାବେ ଜ଼ିଲ୍ଲା ତଥା ରାଜ୍ୟରେ ଅଗ୍ରଣୀ ଭୂମିକା ନେଇଛି ବୋଲି କହିଥିଲେ l
ବିଦ୍ୟାର୍ଥୀ ମାନଙ୍କ ଲୁକ୍କାୟିତ ପ୍ରତିଭା ଚୟନ ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ପାଠପଢା ସହିତ କ୍ରୀଡ଼ାରେ ଜଡିତ ରହିଲେ ଛାତ୍ରଛାତ୍ରୀ ମାନଙ୍କ ମୌଖିକ ବିକାଶ ହେବା ସହ କଠିନ ପରିଶ୍ରମ ହିଁ ଜୀବନରେ ସଫଳତା ଆଣିଦେଇଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ସାରକା ନିଜ ଅଭିଭାଷଣରେ କହିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଅନୁସୂଚିତ ଜନଜାତି ପିଲାଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ସମ୍ପର୍କରେ ଅନ୍ୟ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ରୀଡ଼ାରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ l ସ୍କୁଲ ର ପରିଷ୍କାର ଓ ପରିଚନତା କୁ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସାରକା ଓ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଅତି ପ୍ରଶଂସା କରିଥିଲେ ଏଥିପାଇଁ ସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କ ସମତେ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଣ ଶିକ୍ଷା କର୍ମଚାରୀଙ୍କ ଙ୍କ ପାଇଁ ଆଜି ଏହି ସ୍କୁଲ ଏକ ମୋଡେଲ ସ୍କୁଲ ଭାବେ ଗଡି ଉଠିଛି ସେଥିପାଇଁ ସମସ୍ତିଙ୍କୁ ଅଭିନନ୍ଦନ ଜଣାଇଥିଲେ ମନ୍ତ୍ରୀ lଏହି ସ୍କୁଲ ର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ବାବୁ ଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇ ଏହି ସ୍କୁଲପାଇଁ ଯେଉଁ ଅବଦାନ ଅଛି ସେଥିପାଇଁ ସ୍କୁଲ ପକ୍ଷରୁ ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାରା ଉପଢକନ ଦେଇ ସମ୍ମାନିତ କରାଯାଇଥିଲା l ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସ୍ଥାନୀୟ ଅଂଚଳ ରେ ପ୍ରମୁଖ ବ୍ୟକ୍ତି ତଥା ଅବିଭାବକ ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ସ୍ମୃତି ରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକଓ ଶିକ୍ଷୟତ୍ରୀବାଳକୃଷ୍ଣ ଶବର, ଆଶୁତୋଷ ଶିବଶଙ୍କର ସାହୁ, ପ୍ରତ୍ୟୁଷ ସାହୁ, ଅତୀଶ କୁମାର ବେହେରା, ଆଲୋକ କୁମାର, ଶୁଭ୍ରା ଦାସ, ପିଙ୍କି ରଣସିଂଘା, ସସ୍ମିତା ସ୍ୱାଇଁ, ବିଷ୍ନୁପ୍ରିୟା ନାୟକ, ମେଟ୍ରୋନ ନଳନୀ କୁମାରୀ ନାଲା ଏ ଏନ ଏମ ଲଳିତା ଚି଼ଛୁଅଁନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।


Share: