ହାତିପଥର ର ଜନସାଧାରଣ କୋଣ୍ଡା ବାବୁ ଙ୍କ ସାହାଯ୍ୟ ପାଇଁ ନିବେଦନ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ପୌର ପରିଷଦ ର ବହୁ ଚର୍ଚ୍ଚିତ ଅଂଚଳ ହେଉଛି ରାଣୀଗୁଡା ଫାର୍ମ ଅଂଚଳ ଓ ଏହାର ହତିପଥର ରୋଡ ଅଂଚଳ l ଏହି ହତିପଥର ଅଂଚଳ ର ତଳି ଅଂଚଳ ରେ ବହୁ ଗରିବ ଶ୍ରେଣୀ ର ଆଦିବାସୀ ହରିଜନ ଓ ପଛୁଆ ବର୍ଗ ର ଜନସାଧାରଣ ସରକାରୀ ଓ ଓ ନିଜ ଜାଗାରେ ବାସ କରନ୍ତି l ଦୁର୍ଭାଗ୍ୟ ର ବିଷୟ ଏହିକିଯେ ଦୀର୍ଘ ବର୍ଷ ଧରି ଏହି ଅଂଚଳ ରୁ ନିର୍ବାଚିତ ପୌର ପରିଷଦ ର କାଉନସିଲେର ମନେ ଆମ ର ଏହି ହତିପଥର ର ଉନନ୍ତି ପାଇଁ ନିଜ ର କ୍ଷମତା ନ ଦେଖାଇ ଅନ୍ୟ ନେତା ଙ୍କ ପ୍ରରୋଚନା ରେ କାମ କରନ୍ତି ଯୋଦ୍ୱାରା କି ଆମର ଏହି ଅଂଚଳ ର କିଛି ପ୍ରଗତି ହେଉନାହିଁ l ନେତା ଙ୍କ ଚେଲା ଚାମୁଣ୍ଡା ଙ୍କୁ ସନ୍ତୁଷ୍ଟ ପାଇଁ ଓ ତାଙ୍କରି ବିକାଶ ପାଇଁ ପୌର ପରିଷଦ କାମ କରୁଛି l କିନ୍ତୁ ଆମର ଗରିବ ପିଲାଙ୍କ ପାଠ ପଢ଼ା ସହିତ ଅଂଚଳ ରର ବସ ବସ କରୁଥିବା ବ୍ୟକ୍ତି ଙ୍କ ଉନତି ପାଇଁ ଆମର ଆଦିବାସୀ ହରିଜନ ଓ ଗରିବ ଙ୍କ ନେତା କୋଣ୍ଡା ବାବୁ ଆସି ଆମକୁ ସାହାଯ୍ୟ କରନ୍ତି l କୋଣ୍ଡା ବାବୁ ଏହି ଅଂଚଳ ର ପିଲାମାନଙ୍କୁ ପାଠ ପଢ଼ା ପାଇଁ ବହି ପତ୍ର ସହିତ ଅନ୍ୟ ସାହାଯ୍ୟ କରନ୍ତି ଯୋଦ୍ୱାରା ପିଲାମାନେ ପାଠ ପଢିବାରେ ସକ୍ଷମ ହୁଅନ୍ତି ଓ ବୃଦ୍ଧ ବୁଢ଼ା ବୁଢ଼ୀ ମନେ ଭତା, ଓ ଗରିବ ଶ୍ରେଣୀ ର ଲୋକେ ସରକାର ଙ୍କ ବିଭିନ୍ନ ଯୋଜନା ରର ଉପ୍ରକୃତ ହୁଅନ୍ତି ବୋଲି ଜନସାଧାରଣ କୁହନ୍ତି l ଆସନ୍ତା ମାସ 28 ତାରିଖ ରର ହେବାକୁ ଥିବା ଘଣ୍ଟ ପର୍ବ କୁ କିଛି ଆର୍ଥିକ ସାହାଯ୍ୟ ପାଇଁ ହତିପଥର ଅଂଚଳ ର ବହୁ ମୋହିଳା ପୁରୁଷ ଜ଼ିଲ୍ଲା ବିଜେଡି କର୍ମୀ କାର୍ୟଳୟ ଠାରେ କୋଣ୍ଡା ବାବୁଙ୍କୁ ମିଶି ଏହି ଘଣ୍ଟ ପର୍ବ ଓ ମନ୍ଦିର ର ଉନତି ପାଇଁ କିଛି ଅର୍ଥ ରାଶି ପାଇଁ ନିବେଦନ କରିଥିଲେ l ଲୋକଙ୍କ ନିବେଦନ ଶୁଣି କୋଣ୍ଡା ବାବୁ ସମ୍ପୂର୍ଣ୍ଣ ସହଯୋଗ ପାଇଁ ପ୍ରତିଶୃତି ଦେଇଥିଲେ ଓ ମା ମଝିଘରିଆଣି ଙ୍କ ଇଛା ରେ ସବୁକିଛି ହେଉଛି ଆମେ କେଇନୁହେଁ l ଏହି ବର୍ଷ ଘଣ୍ଟ ପର୍ବ ନିଶ୍ଚୟ ମା କରିବେ ବୋଲି କୋଣ୍ଡା ବାବୁ କହିଥିଲେ l ଦୀର୍ଘ ବର୍ଷ ଧରି ବହୁ ନାମଜାଦା ନେତା ନିର୍ବାଚନ ସମୟରେ ଆସି ବିଭିନ୍ନ ପ୍ରତିଶୃତି ଦିଅନ୍ତୁ କିନ୍ତୁ କାମ କରନ୍ତି ନାହିଁ ମୁଁ ନେତା ନୁହେଁ ଆଦିବାସୀ ହରିଜନ ଓ ଗରିବଶ୍ରେଣୀ ଲୋକଙ୍କ ସେବାରେ ରହିଛି ବୋଲି କୋଣ୍ଡା ବାବୁ କହିଥିବା ଜଣାପଡିଛି


Share: