୪ର୍ଥ ବେଳାଭୂମି ସଂଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ : ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ସମୁଦ୍ର ଗୋଲ୍ଡେନ ବିଚ୍ ଠାରେ ବେଳାଭୂମି ସଂଯୋଗ ବା ବିଚ୍ କନେକ୍ଟ କାର୍ଯ୍ୟକ୍ରମ ରବିବାର ପ୍ରତ୍ୟୁଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଲୋକନୃତ୍ୟ, ଲୋକ କଳା, ଯୋଗ, ସଡ଼କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, କୁଇଜ୍, ପିଲା ମାନଙ୍କ ବିଭିନ୍ନ ଖେଳ,ଟଗ୍ ଅଫ୍ ୱାର, ମ୍ୟୁଜିକାଲ ଚେୟାର ଇତ୍ୟାଦି କାର୍ଯ୍ୟକ୍ରମ ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ଏଥିରେ ପୈାର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ, ଅତିରିକ୍ତ ପୈାର ନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ମିଡ଼ିଆ କନସଲଟାଣ୍ଟ ସିଦ୍ଧାର୍ଥ ରାୟ , ପୈାର ସ୍ୱାସ୍ଥ୍ୟ ଅଧିକାରୀ ସୁନିଲ୍ କୁମାର ତରାଇ ପ୍ରମୁଖ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ଉପସ୍ଥିତ ଦର୍ଶକ, ପର୍ଯ୍ୟଟକ ଓ ପିଲା ମାନେ ଏହାକୁ ମନୋଭରି ଉପଭୋଗ କରିଥିଲେ।


Share: