କଟକ ସଦର ମାଟିରେ ପୂଜ୍ୟପୂଜା ପରମ୍ପରାର ମଙ୍ଗ ଧରିଲେ ବିଶିଷ୍ଟ ସମାଜସେବୀ ନାରାୟଣ ଚନ୍ଦ୍ର

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର /କଟକ : ସ୍ଵାଧୀନତା ସଂଗ୍ରାମର ବୀର ପୁରୁଷ ନାରୟଣ ବୀରବର ସାମନ୍ତ ପିତା ପରମାନନ୍ଦ ଜଗଦେବ୍, ଗ୍ରାମ ଇନ୍ଦୁପୁର,ଜିଲ୍ଲା କେନ୍ଦ୍ରାପଡ଼ାରେ ଜନ୍ମ ନେଇଥିବା ପ୍ରତିଭା ୧୯୨୦ ମସିହାରେ ସ୍ଵାଧୀନତା ଆନ୍ଦୋଳନ ଆଡ଼କୁ ଆକୃଷ୍ଟ ହୋଇ ପରେ ୧୯୩୦ ସାଲରେ ଲବଣ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ୧୯୩୯ ଢେଙ୍କାନାଳ ପ୍ରଜା ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ୧୯୪୨ ମସିହା ଭାରତଛାଡ ଆନ୍ଦୋଳନ ବେଳେ ତାଙ୍କ ନାମରେ ଗିରଫ ପରୱନା ଜାରି ହୋଇ ଥିଲା ତେଣୁ ସେ ଲୁଚିଛପି କାର୍ଯ୍ୟ କରିଥିଲେ । ସେ କୁଜଙ୍ଗ ଅଞ୍ଚଳର ମାଛ ଚାଷି ଓ କୃଷକ ମାନଙ୍କ ପାଇଁ ଅନେକ କାର୍ଯ୍ୟ କରିଥିଲେ । ୧୯୭୨ ସାଲରେ ସେ ବିଧାନ ସଭାର ଉପବାଚସ୍ପତି ପଦବୀରେ ଥିଲେ । ତାଙ୍କର ଏହି ଅକ୍ଷୟ କିର୍ତ୍ତୀ ଓ କୃତିକୁ ସ୍ମରଣ କରି ତାଙ୍କ ୧୨୨ତମ ଜନ୍ମ ଜୟନ୍ତୀରେ କଟକ ସଦର ୪୨ ମୌଜା ପଟଣା ଗ୍ରାମର ପୂଜ୍ୟପୂଜା ସାଂସ୍କୃତିକ ଭବନରେ ବ୍ରାହ୍ମ ମୁହୁର୍ତରେ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରତିଷ୍ଠାନର ସମ୍ପାଦକ ସମାଜସେବୀ ତଥା ବରିଷ୍ଠ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି ମହୋଦୟ । ସୂଚନାଯୋଗ୍ୟ ବରେଣ୍ୟ ସାରସ୍ଵତ ସାଧକ ନାରାୟଣ ବର୍ଷକ ୧୨ ମାସ ୩୬୫ ଦିନରେ ପଡୁଥିବା ସମସ୍ତ ମହାପୁରୁଷ,ବିଭିନ୍ନ ସ୍ମରଣୀୟ ଦିବସ ଆଦି ପାଳନ କରି ସମଗ୍ର ସଦର ଅଞ୍ଚଳରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।


Share: