ବିଶ୍ୱ ଦିବ୍ୟାଙ୍ଗ ଦିବସ ଅବସରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତରଫରୁ ଏକ ସଭା

Share:

ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ ।

ବିଶ୍ଵ ଦିବ୍ୟାଙ୍ଗ ଦିବସ ଅବସରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତରଫରୁ ଶୁକ୍ରବାର ଦିନ ସିନେଟ୍ ହଲରେ ଏକ ସଭା ଓ ୱେବିନାର ଆୟୋଜିତ ହୋଇଛି। ଏହି ସଭାରେ କୁଳପତି ପ୍ରଫେସର ଗୋବିନ୍ଦ ଚକ୍ରପାଣି, ପିଜି କାଉନସିଲ ର ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି, କଲେଜ ଉନ୍ନୟନ କାଉନସିଲ ର ନିର୍ଦେଶିକା ପ୍ରଫେସର ଅରୁନ୍ଧତୀ ରଥ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧ୍ୟାପକ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ଏହି ଦିବସ ପାଇଁ ଆୟୋଜିତ ୱେବିନର ର ଶୀର୍ଷକ “ଦୀବ୍ୟାଙ୍ଗ ମାନଙ୍କ ଶିକ୍ଷା କ୍ଷେତ୍ରରେ ସମସ୍ୟା ଓ ସମାଧାନ” ଥିବା ବେଳେ ଏଥିରେ ଇଗ୍ନୋ, ନୂଆଦିଲ୍ଲୀ ର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଟାଟା ରାମା କ୍ରିଷ୍ଣନ ଏବଂ ଇଗ୍ନୋ ,କୋରାପୁଟ ର ଏ ଆର୍ ଡି ଶ୍ରୀ ମାଧବ କୁମାର ବିଷୋୟୀ ଏହି ସନ୍ଦର୍ଭରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହି ୱେବିନାର୍ ରେ ୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ବ୍ୟକ୍ତବିଶେଷ ଯୋଗ ଦେଇଥିଲେ। ସଭା ଶେଷରେ ବିଶ୍ଵବିଦ୍ୟାଳୟ ର ଦିବ୍ୟାଙ୍ଗ ଙ୍କ ପାଇଁ ଉଦ୍ଧିଷ୍ଟ ସେଲ୍ ର ଭାରପ୍ରାପ୍ତ ଅଧିକାରୀ ଡକ୍ଟର ଶାରଦା ପ୍ରସନ୍ନ ରାଉତ ଧନ୍ୟବାଦ୍ ଅର୍ପଣ କରିଥିଲେ।


Share: