ପାରୀକ୍ଷିତି ପଞ୍ଚାୟତ ର ସରପଞ୍ଚ ପଦବୀ ର ଉପନିର୍ବାଚନ ନିମନ୍ତେ ତିନି ଜଣ ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ଦାଖଲ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ପାରୀକ୍ଷିତି ପଞ୍ଚାୟତର ସରପଞ୍ଚ ପଦବୀ ନିମନ୍ତେ ଉପ ନିର୍ବାଚନ ଲାଗି ଜଣେ ମହିଳା ପ୍ରାର୍ଥୀ ସମେତ ଦୁଇ ଜଣ ପୁରୁଷ ପ୍ରାର୍ଥୀ ଗୁରୁବାର ଦିନ ନାମାଙ୍କନ ପତ୍ର ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କ ନିର୍ଦ୍ଦେଶ କ୍ରମେ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝୋଡିଆ ଙ୍କ ତରଫରୁ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ଙ୍କ ନିକଟରେ ଦାଖଲ କରିଥିବା ଜଣାପଡିଛି। ପ୍ରଥମ ଦିନରେ ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନ ର ସରପଞ୍ଚ ପ୍ରାର୍ଥୀ ଗାୟତ୍ରୀ ମାଣ୍ଡାଙ୍ଗି ନିଜ ସମର୍ଥକଙ୍କ ସହ ବିରାଟ ପଟୁଆରରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିର୍ବାଚନ ଅଧିକାରୀ ଙ୍କ ନିକଟରେ ପହଁଚି ନିଜ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ସେହିପରି ଦ୍ୱିତୀୟ ଦିନରେ ପୂର୍ବତନ ବ୍ଲକ ଉପାଧକ୍ଷ ତଥା ସରପଞ୍ଚ ପ୍ରାର୍ଥୀ ସୂର୍ଯ୍ୟରାଓ କୁମ୍ବ୍ରିକା ରାୟଗଡା ବିଜୁ ଜନତା ଦଳ ର ସାଧାରଣ ସମ୍ପାଦକ ଗଗନ ବିହାରୀ ଆଚାର୍ଯ୍ୟ, ବ୍ଲକ ବିଜେଡି ସଭାପତି ବିଜୟ କୁମାର ମଣ୍ଡାଙ୍ଗୀ, ବିଜେଡି ବ୍ଲକ ୟୁବ ଜନତା ସଭାପତି ସଂଜୟ ପ୍ରଧାନ, ବ୍ଲକ ବିଜେଡି ୟୁବ ସମ୍ପାଦକ କୋମଳ ଲୋଚନ ମୁଟିକା ବିଜେଡି ର ଶତାଧିକ କର୍ମୀ ଙ୍କ ସହିତ ଏବଂ ଅବସର ପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ତଥା ସରପଞ୍ଚ ପ୍ରାର୍ଥୀ ନରସିଂହ ମାଣ୍ଡାଙ୍ଗି ନିଜ ସମର୍ଥକ ମାନଙ୍କ ସହିତ ପଂଚାୟତ ସମିତି କାର୍ଯ୍ୟାଳୟ ରେ ନିର୍ବାଚନ ଅଧିକାରୀ ଙ୍କ ନିକଟରେ ପହଞ୍ଚି ସେ ତାଙ୍କ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଚଳିତ ମାସ ୧୦ ତାରିଖ ଦିନ ଏହି ତିନି ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ବୋଲି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ସୂର୍ଯ୍ୟରାଓ କୁମ୍ବ୍ରିକା କହିଛନ୍ତି ଯେ ମୁଁ ବ୍ଲକ ଉପଦକ୍ଷ ଥିଲା ସମୟ ରର ବହୁ କାମ କରିଛି ଓ କିଛି କାମ ବାକି ଅଛି ବିଶେଷ କରି ରାମଗୁଡା ସହର କୁ ଆଲୋକୀକରଣ ପ୍ରତ୍ୟକ ଗ୍ରାମକୁ ପାନୀୟ ଜଳଯୋଗଣ ମୋର ପ୍ରଥମ ଦାୟିତ୍ୱ ବୋଲି କହିଥିଲେ l ଠିକ ସେହିପରି ନରସିଂହ ମଣ୍ଡାଙ୍ଗୀ କହିଛନ୍ତି ଯେ ମୁଁ 1.10.81 ରୁ ଏହି ରାମନାଗୁଡ଼ା ବ୍ଲକ ରୁ ଗ୍ରାମ ସେବକ ରୂପେ ଚାକିରୀ ଆରମ୍ଭ କରି ଜଗପତି ଜ଼ିଲ୍ଲା ମୋହନା ବ୍ଲକ ରୁ ପଂଚାୟତ ସମ୍ପ୍ରସାରଣ ଅଧିକାରୀରୁ ଗତ 30.04.2022 ରେ ଅବସର ଗ୍ରହଣ କରିଛି ପଂଚାୟତ ର ପ୍ରତ୍ୟକ ଉନ୍ନତି ମୂଳକ କାମ କିପରି ହେବ ମୁଁ ଜାଣିଛି l ଏହାକୁ କାର୍ଯ୍ୟକାରୀ କରିବା ମୋର ପ୍ରଥମ ଲକ୍ଷ୍ୟ ବୋଲି ନରସିଂହ କହିଛନ୍ତି l


Share: