ମହିଳା ସମାବେଶ ଓ ଜଳ ସମ୍ପଦ ବିଭାଗର ଭିତ୍ତି ପ୍ରସ୍ତର ସ୍ଥାପନ

Share:

ନିତ୍ୟ ସୁନ୍ଦର ଜେନା

କେନ୍ଦ୍ରାପଡ଼ା :ବିଜୁ ଜନତା ଦଳ ତରଫରୁ ମହାକାଳପଡା ବ୍ଲକ ର ଛେଡାକଣୀ ସତ୍ୟ ନାରାୟଣ ପୀଠ ଠାରେ ବହୁ ସଂଖ୍ୟାର ମହିଳାମାନେ ଏକତ୍ରିତ ହୋଇ ଏକ ବିରାଟ ସମାବେଶ ର ଆୟୋଜନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ଯସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ପ୍ରଥମେ ଆସି ସତ୍ୟ ନାରାୟଣ ଙ୍କୁ ଦର୍ଶନ କରି ସଭା ସ୍ଥଳ କୁ ଯାଇଥିଲେ ଓ ପ୍ରଦୀପ ପ୍ରଜ୍ଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ , ତାପରେ ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମହିଳାମାନେ ପାନୀୟ ଜଳ ର ସମସ୍ୟା ନେଇ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ପ୍ରତି ଉତ୍ତରରେ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ଯସାଚୀ ନାୟକ କହିଥିଲେ, କୋଭିଡ୍ ପାଇଁ ୨ବର୍ଷ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିଲା , ତାହାକୁ ଖୁବ୍ ଶୀଘ୍ର ଶେଷ କରାଯିବ ଓ ଜଳ ସମ୍ପଦ ବିଭାଗର ଗୋପାଳପୁର ଠାରୁ ଆଖଡାସାହି ଲୁଣା ତଟବନ୍ଧ ରାସ୍ତାର ଉନ୍ନତି କରଣ କାର୍ଯ୍ୟ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କୁ ଉଦଘାଟନ କରିଥିଲେ । ସଭା କାର୍ଯ୍ୟ କୁ ସରୋଜିନୀ ସେଠୀ ସଞ୍ଚାଳନ କରିଥିଲେ ଓ ଉକ୍ତ କାର୍ଯ୍ୟକ୍ରମ ରେ ନଳିନୀ ପ୍ରଭା ଚୌଧୁରୀ ବ୍ଲକ ଅଧ୍ୟକ୍ଷା , କଳ୍ପନା ରାଉତ, ସୁରଭୀ ଜେନା , କବିତା ମଲ୍ଲିକ , ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ସ୍ବାଇଁ , ସସ୍ମିତା ବରାଳ, ଅନୁରାଧା ସ୍ବାଇଁ ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ସାମିଲ୍ ହୋଇଥିବାର ଦେଖିବାକୁ ମିଳିଥିଲା ।


Share: