କେ ଭି ଆର ର ନୂତନ ପ୍ରୋଜେକଟ ଶ୍ରୀ ବେନୁଗୋପାଳ କ୍ରିଷ୍ଣା ରେସିଡେଣ୍ଟ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ହୋଟେଲ ଜେଜସ୍ୱୀ ରେ କେ ଭି ଆର ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ରାୟଗଡା ସହର ର ବରିଷ୍ଠ ବିଜେଡି ନେତା ୟାଲା କୋଣ୍ଡା ବାବୁ ପ୍ରଦିପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ l କମ୍ପାନୀ ର ମୁଖ୍ୟ କାୟାଲା ଭେଙ୍କାଟା ରେଡି ଏହି ପ୍ରୋଜେକଟ ଉପେର ସୂଚନା ଦେଇଥିଲେ l କେଭିଆର ଦୀର୍ଘ ବର୍ଷ ଧରି ବିଭିନ୍ନ ସ୍ଥାନ ବିଜ଼ୀୟନଗର, ବୋବିଲି ବିଭିନ୍ନ ସ୍ଥାନ ରେ ଅତି ସୁନ୍ଦର ଅଟାଳିକା ମନ ନିର୍ମାଣ କରି ଜନସାଧାରଣ ଙ୍କ ବିଶ୍ୱାସ ଭାଜନ ହୋଇପାରିଛି l ଏହି କମ୍ପାନୀ ବର୍ତମାନ ରାୟଗଡା ସହର ରେ ତାହାର ନୂତନ ପ୍ରୋଜେକଟ ଆରମ୍ବ କରିବାକୁ ଯାଉଛି l ଆମ ପ୍ରୋଜେକଟ ରେ ଚଉଡା ରାସ୍ତା, ଖୋଲା ଡ୍ରେନ ସିଷ୍ଟମ, ଖେଳ ପଡିଆ,24 ଘଣ୍ଟା ସେକୁରିଟି ବ୍ୟବସ୍ତା, ଛୋଟ ଛୋଟ ପିଲାଙ୍କ ପାଇଁ ପାର୍କ ମନ ନିର୍ମାଣ କରୁଛୁ l ଆମର ବୋବିଲି ଶ୍ରୀ ବେନୁଗୋପାଳ କ୍ରିଷ୍ଣା ରେସିଡେଣ୍ଟ ପ୍ରୋଜେକଟ 33 ଏକର ଜମିରେ 468 ଗୋଟି ପ୍ଲଟ ରହିଛି l ପ୍ରତ୍ୟକ ପ୍ଲଟ ସାଇଜ଼ ବିଭିନ୍ନ ପ୍ରକାର ର 167,180,200,267 ଓ 300 ସ୍କୁୟାର l ଏହି କମ୍ପାନୀ ବ୍ୟାଙ୍କ ଲୋନ କରିବାର ବ୍ୟବସ୍ଥା କରିଛି ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମ ରର ବିଜେଡି ନେତା କାଶୀ ନାଇଡ଼ୁ, ପି ଗୌରୀ ବାବୁ, ଜ଼ିଲ୍ଲା ପରିଷଦ ସଭ୍ୟ ଆଇ ଧବଳେଶ୍ୱର ନାଇଡ଼ୁ, କେ ସି ପଟ୍ଟନାୟକ ପ୍ରଭୁତି ଯୋଗ ଦେଇଥିଲେ l ସମସ୍ତ ଅତିଥିମାନ ଙ୍କୁ ପୁଷ୍ପ ଗୁଚ୍ଛ ସହିତ ଉପଢ଼ୋକନ ଦେଇ ସମ୍ମାନିତ କରାଯାଇଥିଲା l ଅଭିଭକ୍ତ କୋରାପୁଟ ଜ଼ିଲ୍ଲା ଖାସ କରି ଏହି ରାୟଗଡା ଜ଼ିଲ୍ଲା ରେ ଖୁବ ଶୀଘ୍ର ରେସିଡେଣ୍ଟ ପ୍ରୋଜେକଟ ଆରମ୍ଭ କରିବୁ ବୋଲି କେଭିଆର ମୁଖ୍ୟ କାୟାଲା ଭେଙ୍କାଟା ରେଡି କହିଛନ୍ତି l ବିଶାଖାପାଟନମ ଶ୍ରୀକାକୁଲମ, ବିଜୟବାଡା, ବୋବିଲି ରର ବହୁତ ରେସିଡେଣ୍ଟ ପ୍ରୋଜେକଟ କରି କେଭିଆର ସୁନାମ ଅର୍ଜନ କରିଛି ବୋଲି l


Share: