ସିରିପୁର ଏସ ଏସ ଡି ବିଭାଗ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ଅଞ୍ଚର୍ବ କଲ୍ୟାଣସିଙ୍ଗପୁର ବ୍ଲକ ଅନ୍ତର୍ଗତ ନାରାୟଣ ପୁର ପଂଚାୟତ ର ସିରିପୁର ଠାରେ ଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗର ସରକାରୀ (ଏସ୍. ଏସ୍. ଡି) ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଭିବିଷଣ ଛିଞ୍ଚୁଆଁନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଅଶୋକ କୁମାର ଶତପଥୀ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଯୋଗ ଦେଇଥିବା ବେଳେ ରାୟଗଡା ଜ଼ିଲ୍ଲା ମଙ୍ଗଳ ବିଭାଗ ଶିକ୍ଷା ପରିଦର୍ଶକ ଶ୍ୟାମ ଘନ ଭୂୟାଁ ମୁଖ୍ୟବାକ୍ତ ଓ ସମ୍ମାନିତ ଅତିଥିଭାବେ ଜ଼ିଲ୍ଲା ପରିଷଦ ସଭ୍ୟ ବାରା ପ୍ରସାଦ, ପୂର୍ବତନ ସମିତି ସଭ୍ୟା ନିର୍ମଳା କାଡ୍ରକା, ଅତିରିକ୍ତ ମଙ୍ଗଳ ଅଧୁକାରୀ ସଲମାନ ରାଇକା, ସ୍କୁଲ ପରିଚାଳନା କମିଟି ସଭାପତି, ସରପଞ୍ଚ ନାରାୟଣପୁର ଯୋଗ ଦେଇ ମଞ୍ଚାସୀନ ଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ଦ୍ୱୀପ ପ୍ରଜ୍ୱଳନ କରାଗଲା ପରେ ଅତିଥି ପରିଚୟ ଏବଂ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ପରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ପ୍ରଧାନ ଶିକ୍ଷକ ଭିବିଷଣ ଛିଞ୍ଚୁଆନ ବାର୍ଷିକ ବିବରଣୀ ପାଠ କରିଥିଲେ ଓ ଏହି ସ୍କୁଲରୁ ବହୁ ମେଧାବୀ ଛାତ୍ର ଛାତ୍ରୀ ବାହାରି କିଏ ପ୍ରସାଶନିକ ଅଧିକାରୀ, ଉଚ୍ଚ ପଦ ପଦବୀରେ ରେ ଏହି ସ୍କୁଲ ରେ ମାନ ବୃଦ୍ଧି କରିଛନ୍ତି ଜ଼ିଲ୍ଲା ଓ ରାଜ୍ୟ ସ୍ତରୀୟ ସରଗିଫୁଲ କାର୍ଯ୍ୟକ୍ରମ ରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି ବୋଲି ପ୍ରଧାନ ଶିକ୍ଷକ କହିଥିଲେ l ସ୍କୁଲରେ ବିଭିନ୍ନ ସମୟ ରେ ଜଳର ଅଭାବ ରହିଥିବାରୁ ଉତ୍ତମ ପାନୀୟ ଜଳ ର ବ୍ୟବସ୍ତା ପାଇଁ ଏକ ବୋରୱେଲ, ମାଧ୍ୟମିକ ସ୍ତର ପାଇଁ ଏକ ବିଜ୍ଞାନ ଶିକ୍ଷକ ekb କିରାଣୀ, ଉଚ୍ଚ ମାଧ୍ୟମିକ ସ୍ତର ରେ ଓଡ଼ିଆ ଶିକ୍ଷକ, ଲେବ ଆସିଷ୍ଟାଣ୍ଟ, ପିଅନ କିରାଣୀ ସାଙ୍ଗକୁ ଏକ ଆଡିଟୋରିଅମ ଓ ସର୍ବପରି ବିଦ୍ୟାଳୟ ରେ ପାଇଖାନା ଓ ପରିସ୍ରା ଗାରା ଆବଶ୍ୟକ ରହିଥିବା କହିଥିଲେ l

ପ୍ରଧାନ ଶିକ୍ଷକ ଭାବେ ଭିବିଷଣ ଛିଞ୍ଚୁଆଣ ଯୋଗ ଦେବା ପର ଠାରୁ ଏହି ସ୍କୁଲ ର ଉନ୍ନତି ପାଇଁ ଯେଉଁ କାମ କରିଛନ୍ତି ଆଜି ଏହି ସ୍କୁଲ ଏକ ମୋଡେଲ ସ୍କୁଲ ଭାବେ ଜ଼ିଲ୍ଲା ତଥା ରାଜ୍ୟରେ ଅଗ୍ରଣୀ ଭୂମିକା ନେଇଛି ବୋଲି ସ୍କୁଲ ପରିଚାଳନା କମିଟି ସଭାପତି କହିଥିଲେ lବିଦ୍ୟାର୍ଥୀ ମାନଙ୍କ ଲୁକ୍କାୟିତ ପ୍ରତିଭା ଚୟନ ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ପାଠପଢା ସହିତ କ୍ରୀଡ଼ାରେ ଜଡିତ ରହିଲେ ଛାତ୍ରଛାତ୍ରୀ ମାନଙ୍କ ମୌଖିକ ବିକାଶ ହେବା ସହ କଠିନ ପରିଶ୍ରମ ହିଁ ଜୀବନରେ ସଫଳତା ଆଣିଦେଇଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ଶତପଥୀ ନିଜ ଅଭିଭାଷଣରେ କହିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଅନୁସୂଚିତ ଜନଜାତି ପିଲାଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ସମ୍ପର୍କରେ ଅନ୍ୟ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ରୀଡ଼ାରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ l ସ୍କୁଲ ର ପରିଷ୍କାର ଓ ପରିଚନତା କୁ ମୁଖ୍ୟ ଅତିଥି ମଙ୍ଗଳ ଅଧିକାରୀ ଅତି ପ୍ରଶଂସା କରିଥିଲେ ଏଥିପାଇଁ ସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କ ସମତେ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଣ ଶିକ୍ଷା କର୍ମଚାରୀଙ୍କ ଙ୍କ ପାଇଁ ଆଜି ଏହି ସ୍କୁଲ ଏକ ମୋଡେଲ ସ୍କୁଲ ଭାବେ ଗଡି ଉଠିଛି ସେଥିପାଇଁ ସମସ୍ତିଙ୍କୁ ଅଭିନନ୍ଦନ ଜଣାଇଥିଲେ l
ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସ୍ଥାନୀୟ ଅଂଚଳ ରେ ପ୍ରମୁଖ ବ୍ୟକ୍ତି ତଥା ଅବିଭାବକ ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ନାଗେଶ କୁମାର ପାତିକା ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକଓ ଶିକ୍ଷୟତ୍ରୀ ବୃନ୍ଦ ସରୋଜା କୁମାରୀ ମହାପାତ୍ର, ସସ୍ମିତା ପ୍ରଧାନୀ, ମଗଲି ଆଶା, ମନୋରମା ମିଶ୍ର, ସ୍ୱପ୍ନା ରାଣୀ ପାଢ଼ୀ, ଶୁଭଶ୍ରୀ ସାହୁ, ମଧୁସ୍ମିତା ମିଶ୍ର, ସସ୍ମିତା ମାଣ୍ଡାଙ୍ଗି, ଜ୍ୟୋତି ଲକ୍ଷ୍ମୀ ସାହୁ, ଶାରଦା ପ୍ରଶ୍ନ ପଣ୍ଡା,ବର୍ଷା ପ୍ରିୟ ଦର୍ଶିନୀ, ଗାୟତ୍ରୀ ପଟ୍ଟନାୟକ,ପ୍ରଶ୍ନ କୁମାର ଦାସ, ବିଚିତ୍ର କୁମାର ସାମଲ, ଧିରେନ କୁମାର ପଟ୍ଟନାୟକ, ଗରିବ ଗରଡ଼ିଆ, ଗୌରୀ ଶଙ୍କର ସାହୁ, ଗୁରୁପ୍ରସାଦ ପବିତ୍ର ମୋହନ, ସୁରଥ ଶବର, ଦେବାଶିଷ ସାମଲ, ବନ୍ଧନ କୁମାର ରାଉତ,ଲଳିତା ଚାଲାଣ ଓ କେ ରାଜୁଲ ମେଟ୍ରୋନ, ସ୍ୱାସ୍ଥ୍ୟ ପରିଦର୍ଶିକା ଗାୟତ୍ରୀ ପଣ୍ଡା, ପିଅନ ଦୟାନିଧି କର୍ଷିକା, ରାତ୍ରିଜଗୁଆଳି ଘଂଶୀରାମ କରକରିଆ, ମହିଳା ସେବାୟତ ଗଣ ଦମୟନ୍ତୀ କାଡ୍ରକା, ଶାନ୍ତି ନିଶିକା, ଦୁର୍ଗାବତୀ କାଡ୍ରକା, ସାବିତ୍ରୀ କାଡ୍ରକା, ରା଼ମୀ କର୍ଷିକା ଲଳିତା ନିଶିକା ଓ କାନୀ କାଡ୍ରକା ଉପସ୍ଥିତ ରହି ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।


Share: