ଶ୍ରୀମିନାଝୋଲା ମହାଶିବରାତ୍ରି ପୂର୍ବରୁ ଯୁଦ୍ଧ କାଳୀନ ଭିତିରି କାମ ସମ୍ପୂର୍ଣ ପାଇଁ ନିର୍ଦେଶ

Share:

 
ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ଜିଲ୍ଲା ଆଦିବାସୀ ଅଧୁଷିତ ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଣ ପାହାଡ଼ ଘେରା ଶ୍ରୀମିନାଝୋଲାର ତ୍ରିବେଣୀ ସଙ୍ଗମସ୍ଥଳରେ ଥିବା ଶୈବ ପୀଠର ଉନ୍ନତି କରଣ ଯଥା ସିମେଣ୍ଟ କଂକ୍ରିଟ ପାହାଚ ନିର୍ମାଣ, ଲୁହା ବାଡ଼ କରିବା, ଭକ୍ତମାନେ ସୁରୁଖୁରୁରେ ଯେପରି ଦର୍ଶନ କରିପାରିବେ ସେସମ୍ପର୍କରେ ଶ୍ରୀ ସୁଧୀର ଦାସ ପଚାରିବୁଝିଥିଲେ ଅନ୍ୟ ମାନଙ୍କ ଭିତରେ ଜିଲ୍ଲା ସମ୍ପାଦକ ଗଗନ ଆଚାର୍ଯ୍ୟ, ଚନ୍ଦ୍ରପୁର ବ୍ଲକ ଅଧକ୍ଷ କୋଇନ କିମ୍ଵାକା, ଜିଲ୍ଲାପାରିଷଦ ସଭ୍ୟ ସୁଜିତ କୁମାର ବ୍ରେଡ଼େକା, ହନୁମନ୍ତପୁର ସରପଞ୍ଚ ନୀଳମାଇ ଦିବାକା, ଗୋଷ୍ଠୀ ଉନୟନ ଅଧିକାରୀ ଅଶୋକ କୁମାର ତ୍ରିପାଠୀ, ଆସିଷ୍ଟାଣ୍ଟ ଇଂଜିନିୟର ବିଶ୍ୱଜିତ ମିଶ୍ର, ଜେଇ ଲକ୍ଷ୍ମୀ ନାରୟଣ ପାତ୍ର, ବିଷମକଟକ ଏସଡିପିଓ ଆକାଶ ଚନ୍ଦ୍ର ସାହୁ, ଚନ୍ଦ୍ରପୁର ଥାନା ଅଧିକାରୀ ଆଶ୍ରିତା ଖାଲକ, ପ୍ରେସ କ୍ଳବ ସଭାପତି ପ୍ରମୋଦ କୁମାର ସାହୁକାର, ସମ୍ପାଦକ ବିଜୟ କୁମାର ଉଲାକା ,କୋଷାଧକ୍ଷ ହାଡ଼ିପା ଗୌଡ଼, ଏସ ଈଶ୍ୱର ରାଓ, ପ୍ରିୟରଞ୍ଜନ ସାହୁକାର, ଭିମ ଗୋଗେରେଙ୍ଗା ଓ କୈଳାଶ ମାଳବିଶୋଇ ଟ୍ରଷ୍ଟ ସଭ୍ୟ ଗଣପତି ପାଠୀ, ପ୍ରମଦ ମୁଗୁଲି ରଣେଶ୍ୱର ବ୍ରେବେଡା ମୁନିଗୁଡା ବିଜେଡି ବ୍ଲକ ସଭାପତି ରତନଲାଲ ଜୈନ ଉପସ୍ଥିତ ଥିଲେ l ଯେପରି ଯୁଦ୍ଧ କାଳୀନ ଭିତିରେ ଫେବୃୟାରୀ 17ତାରିଖ ସୁଦ୍ଧା କଂକ୍ରିଟ ପାହାଚ, ଲୁହା ବାଡ଼ ନିର୍ମାଣ ସମ୍ପୂର୍ଣ୍ଣ କରିବା ପାଇଁ ଚନ୍ଦ୍ରପୁର ବ୍ଲକ ପ୍ରଶାସନଙ୍କୁ ପରାମର୍ଶ ଦେଇଥିଲେ l ଏଥିସହ ଏସଡିପିଓ ଆକାଶ ଚନ୍ଦ୍ର ସାହୁ ଚନ୍ଦ୍ରପୁର ଥାନା ଅଧିକାରୀ ଆଶ୍ରିତ ଖାଲକ ଙ୍କ ନେତୃତ୍ୱରେ ପର୍କିଙ୍ଗ ଓ ଟ୍ରାଫିକ ବ୍ୟବସ୍ଥା କିପରି ହୋଇପାରିବ ସେନେଇ ଆଲୋଚନା କରାଯାଇ ସ୍ଥାନ ଚିହ୍ନଟ କରାଯାଇଥିଲା l ଶେଷରେ ପ୍ରେସ କ୍ଲବ ଉପଦେଷ୍ଟା ବାସୁଦେବ ମାଳବିଶୋଇ ଙ୍କ ନେତୃତ୍ୱରେ ଜନକଲ୍ୟାଣ ଆଶ୍ରମ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇ ଚଳିତ ମାସ 17.18 ତାରିଖ ରେ ହେବାକୁ ଥିବା ପ୍ରଥମ ତ୍ରିବେଣୀ ସଙ୍ଗମ ମହୋତ୍ସବ ସମ୍ପର୍କରେ ଆଲୋଚନା କରାଯାଇଥିଲା l ଉକ୍ତ ବୈଠକ ରେ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l


Share: