ବିଷମକଟକ ପଂଚାୟତ ସମିତି ବୈଠକ ଅନୁଷ୍ଠିତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ବିଷମ କଟକ ପଂଚାୟତ ସମିତି ର ବୈଠକ ଡୁକୁମୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ସ୍ୱତନ୍ତ୍ର ଭାବେ ଏହି ବୈଠକ ବ୍ଲକ ବାହାରେ ଅନୁଷ୍ଠିତ ହୋଇଥିଲା ଏଥିରେ 2023-24 ବର୍ଷ ପାଇଁ ବ୍ଲକ ର ବିକାଶ ପାଇଁ ଆଲୋଚନା ହୋଇଥିଲା l ଏହା ବ୍ୟତୀତ ଆବାସ ଯୋଜନାରେ କିପରି ହିତାଧିକାରୀ ଚୟନ, ସାମାଜିକ ସୁରକ୍ଷା, ସାଧାରଣ ବଣ୍ଟନ ବ୍ୟବସ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଶିଶୁବିକାଶ, ମହିଳା ଶାଶକ୍ତିକରଣ, ଜଳଛାୟା, ପ୍ରଣିଧନ ଉଦ୍ୟାନ ବିଭାଗ ଆଦି ବିଷୟରେ ଆଲୋଚନା ହୋଇଥିଲା l ବିଶେଷ କରି 21 ଗୋଟି ପଂଚାୟତ ପାଇଁ ଯନ୍ତ୍ରୀଙ୍କ ଅଭାବ ଯୋଙ୍ଗୁ ବିକାଶ କାର୍ଯ୍ୟକ୍ରମ ରର ବାଧାପ୍ରାପ୍ତ ନେଇ ନିର୍ବାଚିତ ପ୍ରତିନିଧି ମାନେ ଅସନ୍ତୁଷ୍ଟ ପ୍ରକାଶ କରି ତୁରନ୍ତ ଯନ୍ତ୍ରୀ ଙ୍କୁ ଏହି ବ୍ଲକ ରର ନିଯୁକ୍ତି ପାଇଁ ଆଜିର ଏହି ବୈଠକ ର ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଙ୍କୁ ଅନୁରୋଧ କରିଥିଲେ l ବିଶେଷ କରି ଆଗାମୀ ଗ୍ରୀଷ୍ମ ଋତୁ ଆସୁଥିବା ରୁ ଜଳ ସଙ୍କଟ ଦୂର ପାଇଁ ସତର୍କ ରହିବା ପାଇଁ ମନ୍ତ୍ରୀ ବ୍ଲକ ପ୍ରଶାସନ ଙ୍କୁ କହିଥିଲେ lବ୍ଲକ ଅଧକ୍ଷା ଯଶୋଦା ହୁଇକା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକ ରେ ସମସ୍ତ 21 ଗୋଟି ପଂଚାୟତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ କୁ ନୂତନ ଭାବେ ଯୋଗଦାନ କରିଥିବା ଗୋଷ୍ଠି ଉନୟନ ଅଧିକାରୀ ସଦାଶିବ ନାୟକ ନିର୍ବାଚିତ ଜନ ପ୍ରତିନିଧି ଓ ଜନ ସାଧାରଣ ଙ୍କ ସହଯୋଗ ରେ ବ୍ଲକ ର ଉନତି ପାଇଁ ନିବେଦନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବ୍ଲକ ଉପାଦକ୍ଷ ଦେବି ପଟ୍ଟନାୟକ, ଜ଼ିଲ୍ଲା ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷା ଅନୁସୂୟା ମାଝୀ, ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ ଓ ବିଷମ କଟକ ଜ଼ିଲ୍ଲା ପରିଷଦ ସଭ୍ୟା ବିଜୟ ଶାନ୍ତି କୁମ୍ବରିକା ଉପସ୍ଥିତ ଥିଲେ l ସରପଞ୍ଚ ବୃନ୍ଦ ଅଜିତ ସାରକା,ଜୟନ୍ତୀ ସାରକା, ଚନ୍ଦ୍ର କୁମ୍ବରିକା ରିତା ବ୍ରେକବାଡା, କବିତା ହିକକା, ବାସନ୍ତୀ ହିକକା ବିଶ୍ୱନାଥ ଉର୍ଲାକା, ଚଞ୍ଚଳା ବାଡାକ, ନାରାୟଣ ଟୁଇକା, ଜୟା କାଦ୍ରା କା, ଦୟା କୁଲେସିକା ନମିତା କୁଲେସିକା କେଶବ, ବିଜୟ କୁମ୍ବରିକା, ସୁକାନ୍ତି ଉର୍ଲାକା, ରାମା ରାଓ ବଡକା, ବାସନ୍ତୀ କୋଣ୍ଡଗୋରି, ବନିତା ବିଡ଼ିକା, କିରୋନି ଲତା ସୁବର୍ଧନୀ ବାଡାକ, ଜଲମୀ ପୀଡିକା ସମିତି ସଭ୍ୟା ସଭ୍ୟ ଅକ୍ଷୟ ହିକକା, ଦୁର୍ୟୋଧନ ପିରିବାକ, କରୁଣାକର ସୁନା, ପଣ୍ଡା ମେମ୍ବଳକା, ବଇଦ ଉର୍ଲାକା, ସୁକାନ୍ତ ବେନିୟା, ଯୋଶଡା ହୁଇକା ସୁମନ୍ତ କର୍କରୀୟା ଜେଲଦି ହୁଇକା, ଦେବି ପଟ୍ଟନାୟକ, ରଶ୍ମିତା କୋଣ୍ଡଗୋରି, ନାଗେଶ୍ୱର ହୁଇକା, କବିତା ନିମାଲ, ବନିତା ବତ୍ରିଆ, ଜୟନ୍ତୀ କଳାକା ମୌସୁମୀ ପୂଜାରୀ, ଭବାନୀ ଗୌଡ଼ ଝାରବାତି ଜଗରଙ୍ଗ, ମିଥୁଳ ଅଟକା, ସୁବାସ ମେଲକା, ସାବିତ୍ରୀ ପୀଡିକାକା ଏହି କାର୍ଯ୍ୟକ୍ରମ କୁ ବ୍ଲକ ଅଧିକାରୀ ସଦାଶିବ ନାୟକ ଓ ଏ ପି ଓ ମାନସି ପାତ୍ର ପରିଚାଳନା କରିଥିଲେ ଓ ତାଙ୍କୁ ପଚାୟତ ଅଧିକାରୀ ମାନେ ସହଯୋଗ କରିଥିଲେ


Share: