ବିଦ୍ୟୁତ ଆଘାତରେ ଦୋକାନୀ ମୃତ
ଦିଲ୍ଲୀପ କୁମାର ସ୍ବାଇଁ ଙ୍କ ରିପୋର୍ଟ
ଖୋର୍ଦ୍ଧା :ଖୁର୍ଦ୍ଧାଜିଲ୍ଲା ବାଣପୁରବ୍ଲକ ନାଚୁଣୀବଜାରରେ ଆଜି ଅପରାହ୍ନରେ ବି ଦ୍ୟୁତ ସଂସ୍ପର୍ଶରେ ଆସି ଜଣେବ୍ୟକ୍ତିପ୍ରଣାହରାଇଥିବାବେଳେ ଅନ୍ୟଜଣଙ୍କର ଅବସ୍ଥା ଗୁରୁତରଅଛି ଘଟଣାରୁ ପ୍ରକାଶ ସ୍ଥାନୀୟ ବଜାରରେ ନାଚୁଣୀ ଅଂଚଳର ଦେବରାଜ ସେଠି.45. ବର୍ଷନାମକ ଜଣେ ବ୍ୟକ୍ତି ଲଣ୍ଡ୍ରି କରିଥିଲେ ଆଜିଅପରାହ୍ନରେ ତାଙ୍କ ଲଣ୍ଡ୍ରିସମୁଖରେ ରହିଥିବା ମନପୁରମ ଗୋଲଡଲୋନ ଅଫିସର ଲୁହାସିଡିରେ ବିଦ୍ୟୁତ ଚାର୍ଜ ହୋଇଯାଇଥିଲା ମଣପୁରମ ର ମୁଖ୍ୟଅଧିକାରୀ ରାକେଶ ମହାନ୍ତି ସେହି ସମୟରେ ବାହାରକୁ ଆସିବାବେଳେ ଷ୍ଟିଲ୍ଲସିଡ଼ି ସସ୍ପର୍ଶରେ ଆସିଯିବାରୁ ଜୀବନରକ୍ଷା ପାଇଁ ଚିତ୍କାର କରିଥିଲେ ତାଙ୍କ ଚିତ୍କାର ଶୁଣି ଉଦ୍ଧାର କରିବାକୁଯାଇ ଲଣ୍ଡ୍ରିଦୋକାନୀ ଦେବରାଜ ସେଠି ବିଦ୍ୟୁତ ସଂସ୍ପର୍ଶରେ ଆସି ଅଚେତ ହୋଇପଡିଯାଇଥିଲେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରାଯାଇ ଟାଙ୍ଗୀମେଡିକାଲ ପଠାଯାଇଥିଲା ଟାଙ୍ଗୀ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେବରାଜ ସେଠୀଙ୍କର ମୃତ୍ୟୁ ହୋଇଯାଇଥିଲା ରାକେଶଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ଘଟଣାସ୍ଥଳରେ ଉତେଜନା ଲାଗିରହିଥିବାବେଳେ ନାଚୁଣୀଫାଣ୍ଡି ଅଧିକାରୀ କେଶବ ବେହେରା ଏବଂ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଅଛନ୍ତି ଦେବରାଜ ଅତ୍ୟନ୍ତ ଗରିବ ଶ୍ରେଣୀ ର ହୋଇଥିବାରୁ ତାଙ୍କ ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବିହେଉଛି