ରେଙ୍ଗିଟି ପଲି ଉଚ୍ଚ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ କେମିତି ଅଧ୍ୟୟନ କରନ୍ତି ଛାତ୍ର ଛାତ୍ରୀ

Share:

ଭଗବାନ ପାଢ଼ୀ

ଗଞ୍ଜାମ :ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଦିଗାପଡ଼ା ପଞ୍ଚଯାତ ର ରେଙ୍ଗିଟି ପଲି ଉଚ୍ଚ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷାଦାନ ନିମନ୍ତେ ଯାଉଥିବା ଛାତ୍ର ଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ଶିକାର ହେଉଥିବା ଦେଖିବାକୁ ମିଳିଛି
ଏହି ବିଦ୍ୟାଳୟଟି 1936ମସିହାରେ ସ୍ଥାପିତ ହୋଇଥିଲା ଏଠାରେ ପ୍ରଥମ ଠାରୁ ଅଷ୍ଟମ ପର୍ଯ୍ୟନ୍ତ ମୋଟ 218ପିଲା ଅଧ୍ୟୟନ କରନ୍ତି ଏବଂ 6ଜଣ ଶିକ୍ଷକ ଏଠି ଶିକ୍ଷାଦାନ କରନ୍ତି କିନ୍ତୁ ଦର୍ଭାଗ୍ୟ ର ବିଷୟ ସାମାନ୍ୟ ବର୍ଷା ହେଲେ ଏଠି ଆଣ୍ଠୁଏ ପାଣିରେ ପିଲାମାନଙ୍କୁ ଆସିବାକୁ ପଡୁଛି ସ୍କୁଲକୁ ତାହା ସାଙ୍ଗକୁ ଶ୍ରେଣି ଗୃହ ର ଅଭାବ ଥିବା ହେତୁ ପିଲାମାନଙ୍କ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି ୨ ଟି ଶ୍ରେଣୀ ଗୃହ ଭାଂଗିପଡ଼ିଥିବାବେଳେ ବିପଦ ସଂକୁଳ ଅବସ୍ଥା ରେ ଥିଲେ ମଧ୍ୟ
ଏଠି ପ୍ରଶାସନର ନଜର ପଡ଼ୁ ନଥିବା ଅଭିଯୋଗ କରିଛନ୍ତି ଅଭିଭାବକ
ସରକାର ଶିକ୍ଷା ବାବଦକୁ କୋଟି କୋଟି ଟଙ୍କା ପାଣିଭଳି ଖର୍ଚ୍ଚ କରୁଛନ୍ତି ଯେମିତି କି ଜଣେବି ପିଲା ଶିକ୍ଷା ଦାନରୁ ବଂଚିତ ନହୁଅନ୍ତି ସେଇଥି ପାଇଁ ବହୁତ ଯୋଜନା ମଧ୍ୟ କରିଛନ୍ତି
ହେଲେ ଏବେ ପ୍ରଶ୍ନ ଉଠୁଛି ଏମିତି ଅବ୍ୟବସ୍ଥା ଭିତରେ ଏହି ସ୍କୁଲ ଚାଲୁଥିବା ବେଳେ କାହିଁକି ପ୍ରଶାସନିକ ଅଧିକାରୀଙ୍କ ନଜର ପଡ଼ିନାହିଁ ନା ନଜର ପଡିମଧ୍ୟ ଚୁପ ବସିଛନ୍ତି ଅଧିକାରୀ ମାନେ ଏହାର ତୁରନ୍ତ ସମାଧାନ ଯଦି ନ ହୁଏ ଆଗାମୀଦିନରେ ଏକ ବଡ ଆନ୍ଦୋଳନ ହେବାନେଇ ସଜବାଜ ହେଉଛନ୍ତି ଗ୍ରାମ ବାସୀ


Share: