ଅସୁରକ୍ଷିତ କୋଠା ଗୁଡିକ ର ସ୍ଥିତି ଅନୁଧ୍ୟାନ କରାଯିବ।

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ :ଆଗାମୀ ରଥଯାତ୍ରା ପରିପ୍ରେକ୍ଷୀରେ ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ଵ ଓ ଜଗନ୍ନାଥ ମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ଦୁଇ ପାର୍ଶ୍ଵରେ ରହିଥିବା ଅସୁରକ୍ଷିତ ଓ ଆଂଶିକ ଅସୁରକ୍ଷିତ ବିଲ୍ଡିଂ ଗୁଡିକ ର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ନିର୍ଦ୍ଦେଶ ଦେଇଛନ୍ତି। ସେହି ଆଧାରରେ ଉପଜିଲ୍ଲାପାଳ ଶ୍ରୀ ଭବ ତରଣ ସାହୁ ପୁରୀ ତହସିଲଦାର, ପୁରୀ ଅତିରିକ୍ତ ପୈାର ନିର୍ବାହୀ ଅଧିକାରୀ,ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ, ପୁରୀ ଟାଉନ ଥାନା, ସିଂହଦ୍ଵାର ଥାନା, କୁମ୍ଭାରପଡା ଥାନା ଓ ବାସେଳୀ ସାହି ଥାନା ର ଆଇ ଆଇ ସି ମାନଙ୍କୁ ନେଇ ଏକ ଟିମ୍ ଗଠନ କରିବା ସହ ଚଳିତ ମାସ ୩ ତାରିଖ ଠାରୁ ସ୍ଥିତି ଅନୁଧ୍ୟାନ କରି ୬ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଆଦେଶ କରିଛନ୍ତି। ଏ ସମ୍ପର୍କରେ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିଜ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ଉପଯୁକ୍ତ ପରାମର୍ଶ ପ୍ରଦାନ କରିଛନ୍ତି।


Share: